Odiapua.com

ପଟାଙ୍ଗୀ ଅଞ୍ଚଳରେ ପ୍ରବଳ ବର୍ଷା : କିଏ ଖୁସି ତ କିଏ ଦୁଃଖୀ

ପଟାଙ୍ଗି- ୮-୮ (ଓଡ଼ିଆ ପୁଅ/ମେଘା ଗୁଣ୍ଠା) ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ଫଳରେ ସାରା ଓଡ଼ିଶାର ଜନ ଜୀବନକୁ ଅସ୍ତ ବ୍ୟସ୍ତ କରିଥିବା ବେଳେ ସେଥିରୁ ଓଡ଼ିଶାର କାଶ୍ମୀର ଭୋଲି କୁହାଯାଉଥିବା ପଟାଙ୍ଗି ଅଞ୍ଚଳ ମଧ୍ୟ ବିସ୍ତାର ପାଇନଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ଲୋକେ ଘରୁ ବାହାରକୁ ନବାହାରି ପାରିବା ସହ କେତେ ଶୀଘ୍ର ବର୍ଷା ଦିନ ଏହି ପଟାଙ୍ଗି ଭୁଇଁକୁ ଛୁଇଁବ ଯାହା ଫଳରେ କି ଗ୍ରୀଷ୍ମ ପ୍ରବାହରୁ ତ୍ରାହି ପାଇପାରିବେ ବୋଲି ଲୋକେ ଆକାଶକୁ ଚାହୁଁ ଥିଲେ। ମୌସୁମୀ ଆସି ପଟାଙ୍ଗି ଅଞ୍ଚଳକୁ ଛୁଇବା ସହ ଗରମରୁ ତ୍ରାହି ପାଇବା ସହ ଅନ୍ନ ଦାତାଙ୍କୁ ଆନନ୍ଦ ସୃଷ୍ଟି କରିଥିଲେ। ପ୍ରଥମ ବର୍ଷାକୁ ଦେଖି ଚାଷୀମାନେ ଧାନ କିଆରୀ ଗୁଡିକରେ ଚାରା ପ୍ରସ୍ତୁତ ନିମନ୍ତେ ହଳ ଆଦିକରି ଧାନ ବିହନ ବୁଣି ଦେଇଥିଲେ କିନ୍ତୁ ଧାନ ଚାରା ପ୍ରସ୍ତୁତି ହୋଇ ଯାଇଥିବା ଯୋଗୁଁ ଚାଷୀ ପୁଣି ବର୍ଷା ନହେବା କାରଣରୁ ଚିନ୍ତିତ ହୋଇଥିଲେ। କିନ୍ତୁ ଦୀର୍ଘ ପ୍ରାୟ ଦିନ ଧରି ବର୍ଷା ପୁନର୍ବାର ପଟାଙ୍ଗି ଭୂଇଁକୁ ଛୁଇବା ଫଳରେ ଧାନ ରୁଆ କାର୍ଯ୍ୟ ଶେଷ ହୋଇଥିବା ଦେଖା ଦେଇଛି। କିନ୍ତୁ ଚିନ୍ତାର ବିଷୟ ପାଲଟିଛି ପରିବା ଚାଷୀଙ୍କୁ ଉକ୍ତ ଅଞ୍ଚଳରେ ପରିବା କୁନ୍ଦୁଲି ହାଟ ମାଧ୍ୟମରେ ନିକଟସ୍ଥ ଆନ୍ଧ୍ର, ଛତିଶଗଡ଼, ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଖାଦ୍ୟ ଯୋଗାଉଥିବା ବେଳେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିବା ଫଳରେଉକ୍ତ ପରିବା ଚାଷ ଗୁଡ଼ିକ ନଷ୍ଟ ହେବାର ସମ୍ବାବନ।ମଧ୍ୟ ରହିଅଛି।ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ପଟାଙ୍ଗି ସଦର ମହକୁମାର ସୁଙ୍କି, ପୁକାଲି, କୁନ୍ଦୁଲି ହାଟପଦ। ଆଦି ତଳୁଆ ନଦୀ ଗୁଡିକରେ କୋଟିଆ, ଦେଓମାଳି, ଗ।ଲିଗ।ବଡ଼ର, ଆଦି ଅଞ୍ଚଳରେ ବର୍ଷା ଜଳ ପ୍ରବାହ ହେବା ଫଳରେ ନଦୀ ଫୁଲିବାରେ ଲାଗିଥିବା ଦେଖିବାକୁ ମିଳିଅଛି।ଏହା ସହ ପ୍ରବଳ ବର୍ଷା ଜନ ଜୀବନକୁ ଅସ୍ତ ବ୍ୟସ୍ତ କରୁଅଛି। କୋଟିଆ ଅଞ୍ଚଳରେ ବର୍ଷା ପବନ ହେବା ଯୋଗୁଁ ନୂତନ ରୂପେ ନିର୍ମାଣ ହୋଇଥିବା ହାଟ ପିଣ୍ଡି ଗୁଡିକରେ ଛାତ ଉଡି ଯାଇଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକଙ୍କୁ ହନ୍ତ ସନ୍ତ କରୁଥିଲା। ବର୍ତ୍ତମାନ ପ୍ରବଳ ବର୍ଷା ଫଳରେ ଲୋକେ ଚିନ୍ତାରେ ଅଛନ୍ତି।