Odiapua.com

ପଚାଶ କେଜି ଗଞ୍ଜେଇ ସହ ତିନି ଗିରଫ

କୋରାପୁଟ ୧୨/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ)କୋରାପୁଟ ଜିଲ୍ଲାର ଦାମୋନଯୋଡି ରେଳବାଇ ପୋଲିସ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେପାରୀଙ୍କୁ ଧରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟାରେ ସମଲେଶ୍ବରୀ ଯାତ୍ରୀ ବାହୀ ଟ୍ରେନ ଯିବାପାଇଁ ଟ୍ରେନକୁ ଅପେକ୍ଷା କରୁଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ବିଶ୍ରାମ କକ୍ଷରେ ବସି ଥିବାବେଳେ ସନ୍ଦେହ କରି ଜଣେ ମହିଳା ଓ ଦୁଇ ପୁରୁଷଙ୍କ ଏଆର ବେଗକୁ ଯାଞ୍ଚ କରି ପାଞ୍ଚ ଗୋଟି ଏଆର ବେଗରୁ ୫୦ କେଜି ଜବତ କରିବା ସହ ତିନି ଜଣ ଅଟକ ରଖି ପଚରା ଉଚୁରା କରିବାରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ସ୍ୱୀକାର କରିଥିବା ବିଶେଷ ସୁତରୁ ଜଣାପଡିଛି। ବେପାରୀଙ୍କ ମଧ୍ୟରୁ ଜଣେ ମହିଳା ଓ ଦୁଇଜଣ ପୁରୁଷ ଏମାନଙ୍କ ପରିଚୟ ପଶ୍ଚିମବଙ୍ଗର ବୋଲି ଜଣାପଡିଛି ପଡିଛି।