Odiapua.com

ପଖୋରୀରେ ବୁଡି ଭାଇ ଭଉଣୀ ମୃତ

କୋରାପୁଟ ୦୯-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ରବିବାର ଅପରାହ୍ନ୍ନରେ ବୈପାରିଗୁଡା ବ୍ଲକ୍ ରାମଗିରିରେ ଭାଇ ଭଉଣୀ ଗାଧୋଇବାକୁ ଯାଇ ପଖୋରୀରେ ବୁଡି ମରିବା ଭଳି ଏକ ଦୁଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବରୁଣ ଗୌଡଙ୍କ ପୁଅ ତାନା ଗୌଡ(୬) ଓ ଝିଅ ଲକ୍ଷ୍ମୀ ଗୌଡ(୪) ଆଜି ଅପରାହ୍ନରେ ନିକଟସ୍ଥ ପଖୋରୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ରାମଗିରି ପୁଲିସ ଓ ବୈପାରିଗୁଡା ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଉଭୟଙ୍କୁ ଖୋଜା ଖୋଜି କରିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣା ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଥାଉକି, ମୃତ ଦୁଇ ଶିଶୁଙ୍କ ବାପା ବରୁଣ ଗୌଡଙ୍କ ଘର ଜୟପୁର ବ୍ଲକ ଗେଉରୀ ଗ୍ରାମ ହୋଇଥିବାବେଳେ କିଛି ମାସ ପୂର୍ବରୁ ସେ ଚାଷ କାମ କରିବାକୁ ରାମଗିରି ଯାଇଥିଲେ। ରାମଗିରି ଫାଣ୍ଡି ଅଧିକାରୀ ସୁବ୍ରତ ପାଣିଗ୍ରାହି ଘଟଣାର ତଦନ୍ତ କରୁଛନ୍ତି।