Odiapua.com

ପଂଚାୟତ ନିର୍ବାଚିତ ମହିଳା ପ୍ରତିନିଧି ଓ ସାମ୍ବାଦିକମାନଙ୍କ ସହ ଆଦାନପ୍ରଦାନ

କୋରାପୁଟ ; ତା୦୫-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଟାନ ଶୋଭା ଓ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ କୋରାପୁଟ ପଂଚାୟତ ସମିତିର ନିର୍ବାଚିତ ମହିଳା ପ୍ରତିନିଧି ଓ ସାମ୍ବାଦିମାନଙ୍କ ସହ ଏକ ଆଦାନପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।କୋରାପୁଟ ବ୍ଲକର ୧୪ ଗୋଟି ପଂଚାୟତର ମହିଳା ନିର୍ବାଚିତ ପ୍ରତିନିଧି ମହାସଂଘ ଅଲିଭାର ସବାନେତ୍ରୀ ଲଲିତା ଖିଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ୩୮ ଜଣ ମହିଳା ପ୍ରତିନିଧି ଯୋଗଦେଇ ସେମାନଙ୍କର ସଫଳତାକୁ ପ୍ରକାଶ କରିବା ସହ ସମସ୍ୟା ଉପରେ ସାମ୍ବାଦିକମାନଙ୍କୁ ଜଣେଇଥିଲେ।ସଫଳତାକୁ ନିଶ୍ଚିତଭାବେ ପ୍ରଶଂସା କରିବା କଥା ଏବଂ ସମସ୍ୟାଗୁଡିକ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରାଯିବ ବୋଲି କୋରାପୁଟ ପ୍ରେସକ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ମିଶ୍ର ସୂଚନା ଦେଇଥିଲେ।ଶୋଭା ସଂଗଠନର ପ୍ରକଳ୍ପ ସଂଯୋଜକ ଏସ .କ୍ରୀଷ୍ଣା ଓ ସୁପ୍ରଭା ନିଶଙ୍କ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।