Odiapua.com

ପଂଚାୟତ ନିର୍ବାଚନ ପ୍ରକ୍ରୀୟାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ-କୋରାପୁଟ ଜିଲ୍ଲାପାଳ

କୋରାପୁଟ ୧୫-୦୧(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ପଂଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ଆଜି ରାଜ୍ୟ ନିର୍ବାଚନ କମିଶନର ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କରିଥିଲେ ବୋଲି କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି।୧୭ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଜ୍ଞନ ପତ୍ର ଦାଖଲ ହେବାକୁ ଥିବା ବେଳେ ୨୫ ତାରିଖଦିନ ପ୍ରାର୍ଥମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।ଜିଲ୍ଲାର ୨୯୭୩ ଗୋଟି ବୁଥରେ ନିର୍ବାଚନ କରାଯିବ ଓ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି ବୋଲି ସେ ପ୍ରକାଶ କରିଛନ୍ତି।ଜିଲ୍ଲାକୁ ସାଧାରଣ ଓ ଫାଇନାସିଆଲ ପର୍ଯ୍ୟବେକ୍ଷକ ଆସିବା ପରେ ରାଜନୈତିକ ଦଳ ବ୍ୟକ୍ତିମାନଙ୍କ ସହିତ ଆଚରଣ ବିଧି ଓ କୋଭିଡ ଗାଇଡଲାଇନ ପାଳନ ସଂପର୍କରେ ବିସ୍ତୁୃତଭାବେ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ପଂଚାୟତ ନିର୍ବାଚନ ପ୍ରକ୍ରୀୟାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ ପ୍ରକାଶ କରିଛନ୍ତି।ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ସଂଖ୍ୟା କୋରାପୁଟ ଏସପିଙ୍କଠାରୁ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।ବୁଥ ଗୁଡିକରେ ପୋଲିସ ମୃତୟନ ନିମନ୍ତେ କୋରାପୁଟ ଏସପିଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଉଥିବା ସେ ପ୍ରକାଶ କରିଛନ୍ତି। କୋରାପୁଟ ଏସପି ବରୁଣ ଗୁଣ୍ଠାପାଲ୍ଲି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସାଏ, ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ, ଜିଲ୍ଲା ପଂଚାୟତ ଅଧିକାରୀ ସକିଳ ଚନ୍ଦ୍ର ବାସକେ ପ୍ରମୁଖ ଉପସ୍ଥିତ ଥିଲେ।

ଓଡିଶାରେ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଂଚାୟତରେ ୧୩ ଗୋଟି ବୁଥରେ ନିର୍ବାଚନ କରାଯିବ।ଏହି ନିର୍ବାଚନରେ ଯେ କେହି ବି ଯଦି ବିଶୃଖଂଳା କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ପ୍ରକାଶ କରିଛନ୍ତି।