Odiapua.com

ନୟାଗଡ଼ ଜିଲ୍ଳାର ଏକ ନିଆରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସାହିତ୍ୟ ଚର୍ଚ୍ଚା

ନୟାଗଡ଼, ୪ା୪(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳ ପଡ଼ିଆରେ ନୟାଗଡ଼ ଜିଲ୍ଳା ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ଅବସରରେ ଚାଲିଥିବା ଜିଲ୍ଳା ମହୋତ୍ସବ ପରି ଆଉ ଏକ ନିଆରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ସାହିତ୍ୟ ଚର୍ଚ୍ଚା ବେଶ୍ ଭାବଗର୍ଭକ ଥିଲା। ଅତିରିକ୍ତ ଜିଲ୍ାପାଳ ପ୍ରଶାନ୍ତି କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ନାବାର୍ଡ଼ ଭୁବନେଶ୍ୱରର ମୁଖ୍ୟ ମହାପ୍ରବନ୍ଧକ ଡ.କୃଷ୍ଟଚନ୍ଦ୍ର ପାଣିଗ୍ରାହୀ ଓ ମୁଖ୍ୟବକ୍ତାଭାବେ ବିଶିଷ୍ଟ କଥାକାର ଓ ସାହିତ୍ୟକ ଦାଶ ବେନହୁର ଯୋଗଦେଇ ସାହିତ୍ୟର କ୍ରମ ବିକାଶ ଓ ଆଜିକାର ସମୟରେ ସାହିତ୍ୟର ପାଠକୀୟ ରୂଚି ଓ ଆଦୃତି ଉପରେ ବିକ୍ଷିପ୍ତ ଭାବରେ ଆଲୋଚନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡ.ଅରୁଣ କୁମାର ସାହୁ, ଜିଲ୍ଳାପାଳ ଅରିନ୍ଦମ ଡାକୁଆ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ ଯୋଗଦେଇଥିଲାବେଳେ ବିଧାୟକ ଶ୍ରୀସାହୁ ସାହିତ୍ୟ ଓ ସାହିତ୍ୟୟାନ ଉପରେ ଆଲୋଚନା କରି ଦର୍ଶକୀୟ ମନ କିଣିନେଇଥିଲେ। ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ମଂଚ ସଂଯୋଜନା କରିଥିଲାବେଳେ ସାଂସ୍କୃତିକ କାର୍ଯ୍ରକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।