Odiapua.com

ନେରେଡିୱାଲସାରେ ଆନ୍ଧ୍ର କଲା ଜନ୍ମଭୂମି କାର୍ଯ୍ୟକ୍ରମ

କୋରାପୁଟ;ତା୦୭-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ବିବାଦୀୟ କୋଟିଆ ପଂଚାୟତର ନେରେଡିୱାଲସାରେ ଆନ୍ଧ୍ର ପ୍ରଶାସନ ଜନ୍ମଭୂମି କାର୍ଯ୍ୟକ୍ରମ ଆୟୋଜନ କରିଛି। ଆନ୍ଧ୍ର ସରକାର ଦ୍ୱାରା ନେରେଡିୱାଲସାରେ ପ୍ରତିଷ୍ଠିତ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଲୁର ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇ ଲୋକଙ୍କୁ ଆନ୍ଧ୍ର ସରକରା ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ଗରିବ ଲୋକଙ୍କ ପାଇଁ ଓଡିଶା ଓ ଆନ୍ଧ୍ର ସରକାର କରିଥିବା ଯୋଜନା ଗୁଡିକ ମଧ୍ୟରେ ଥିବା ବିଭେଦ ବିଷୟରେ ଲୋକଙ୍କୁ ବୁଝାଇ ଥିଲେ। ଜନ୍ମଭୂମି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଆନ୍ଧ୍ର ଅଧିକାରୀମାନେ ଭତ୍ତା, ଆବାସଗୃହ ନିମନ୍ତେ ହିତାଧିକାରୀ ଚୟନ କରିବା ସହ ର୍ଭବତୀ ଓ ପ୍ରସୂତୀ ମାନେ କିପରି ଅଙ୍ଗନୱାଡି ସୁବିଧା ସୁଯୋଗ ପାଇ ପାରିବେ ସେ ସମ୍ପର୍କରେ ବୁଝାଇଥିଲେ। ଅନ୍ୟ ପକ୍ଷରେ ଆନ୍ଧ୍ରର ଲଗାତାର ଅନୁପ୍ରବେଶ ପରେ କୋରାପୁଟ ଜିଲା ପ୍ରଶାସନ ମଧ୍ୟ କୋଟିଆ ଅଂଚଳରେ କାଳିଆ, ପିଠା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କ ନିକଟତର ହବୋକୁ ପ୍ରୟାଶ ଆରମ୍ଭ କରିଛି। ଗତ କିଛି ଦିନ ହେବ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ପଟ୍ଟାଙ୍ଗି ବିଡିଓ କରଣାକର ପ୍ରଧାନ, ତହସିଲଦାର ଡା.ଅରୁଣ କୁମାର ଖଣ୍ଡା ପ୍ରମୁଖ ବିଭିନ୍ନ ଲାଇନ ବିଭାଗ ଅଧିକାରୀ ମାନଙ୍କୁ ନେଇ କୋଟିଆରେ ରାଜ୍ୟ ସରକାରର ସମସ୍ତ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ରବିବାର କୋଟିଆ ପଂଚାୟତରେ ପ୍ରଶାସନ ତରଫରୁ ଔଷଧ ବଂଟାଯିବା ସହ ସଚେତନତା କରା ଯାଇଥିଲା। ସୋମବାର ମଧ୍ୟ ବିଡିଓ ଓ ତହସିଲଦାର କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିଥିବା ଜଣା ପଡିଛି।

ଆନ୍ଧ୍ର ବିବାଦୀୟ କୋଟିଆରେ ଅନୁପ୍ରବେଶ କରି ଜନ୍ମଭୂମି କାର୍ଯ୍ୟକ୍ରମରେ ଭତ୍ତା ଓ ନୂତନ ରାସନକାର୍ଡ ପ୍ରଦାନ କରୁଥିବା ଜଣାପଡିବା ପରେ କୋରାପୁଟ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ ସ୍ୱରୂପ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଲଗାତର ୩ ଦିନ ହେଲା ବିବାଦୀୟ କୋଟିଆ ଗ୍ରାମପୁଞ ଗସ୍ତ କରି ଲୋକମାନଙ୍କ ସହିତ ଜନ ସଂପର୍କ ଶିବିରରେ ସମସ୍ୟା ଉପରେ ଆଲୋଚନା କରିବା ସହ ଲୋକଙ୍କ ଅତି ନିକଟତର ହେଉଥିବା ଜଣାପଡିଛି।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ନିର୍ଦ୍ଦେଶରେ କୋରାପୁଟ ଉପ-ଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ନେତୃତ୍ୟରେ ଅଧିକାରୀମାନେ ଗସ୍ତ କରୁଥିବା ଜଣାପଡିଛି।ନେରେଡିବାଲସା ଓ ଧୂଲିପଦର ଗ୍ରାମ ଗସ୍ତ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ ସଂପର୍କ ଶିବିରରେ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ଯୋଗଦେଇ କମ୍ବଲ ବଂଟନ କରିଥିଲେ।ସରକାରଙ୍କ ଯୋଜନା ସଂପର୍କରେ କ୍ଷେତ୍ର ଅଧିକାରୀମାନେ ସଚେତନତା କରାଇଥିଲେ।ନୂତନ ରାସନକାର୍ଡ ଓ ଭତ୍ତା ପାଉ ନ ଥିବା ହିତାଧିକାରୀ ଚିହ୍ନଟ କରାଯାଇଥିବା ବେଳେ କାଳିଆ ଯୋଜନା ନିମନ୍ତେ ଆବେଦନ ଫର୍ମ ଗ୍ରହଣ କରାଯାଇଥିଲା।ଡାକ୍ତର ଦୁର୍ଗାମାଧବ ପଣ୍ଡା ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।ଏହି ଶିବିରରେ ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନକଂ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

କୋଟିଆ ଓଡିଶାର ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ଭେ ସେଠାରେ ଉପସ୍ଥିତି ଜାହିର କରୁଛୁ ବୋଲି କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର ପ୍ରକାଶ କରିଥିଲେ।

କାଳିଆ ଯୋଜନା ଏକ ଭଲ ଯୋଜନା ବୋଲି ଆବେଦନ କରିବାକୁ ଆସିଥିବା ଚାଷୀ ବିଜୁ ଗେମେଲ ପ୍ରକାଶ କରିଥିଲେ।