Odiapua.com

ନେରେଡିବାଲସାରେ ନିର୍ମାଣଧିନ କୃଷକ ବଜାର  ପରିଦର୍ଶନ କଲେ ସାଲୁର ବିଧାୟକ

କୋରାପୁଟ ୨୫-୧୨(ଓଡିଆ ପୁଅ /ରଂଜନ ଦାସ)ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସାରେ ଆନ୍ଧ୍ରପ୍ରଦେଶ ରାଜ୍ୟ ତରଫରୁ ଏକ କୃଷକ ବଜାର ଗୃହ ନିର୍ମାଣ କରାଯାଉଛି ।ସାଲୁର ବିଧାୟକ ପି.ରାଜନ୍ନା ଦୋରା ନିର୍ମାଣଧିନ କୃଷକ ବଜାର ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି ।ଓଡିଶାର ନିର୍ମାଣଧିନ ଗୃହକୁ ଆନ୍ଧ୍ର ତରଫରୁ ବନ୍ଦ କରାଯାଉନାହିଁ  କିନ୍ତୁ ଆନ୍ଧ୍ର ତରଫରୁ ନିର୍ମାଣଧିନ ଗୃହକୁ ଓଡିଶା କାହିଁକି ବନ୍ଦ କଲା ବୋଲି ସେ ପ୍ରଶ୍ନ କରିଥିବା ଜଣାପଡିଛି ।ଆଦିବାସୀମାନଙ୍କର ବିକାଶ ନିମନ୍ତେ ଉଭୟ ରାଜ୍ୟ କାମ କରିବାକୁ ସେ ଆହ୍ୱାନ ଦେଇଥିବା ଜଣାପଡିଛି ।ନେରେଡିବାଲସାରେ କୃଷକ ବଜାର ନିର୍ମାଣ ହେଲେ ଆଦିବାସୀ ଚାଷୀମାନେ ଉପକୃତ ହେବେ ବୋଲି ସେ ପ୍ରକାଶ କରିଥିବା ଜଣାପଡିଛି ।