Odiapua.com

ନୂଆ ଶିକ୍ଷାନୀତି ୨୦୨୦ ସଂପର୍କିତ  କର୍ମଶାଳା ଉଦଯାପିତ

କୋରାପୁଟ ୦୪-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ୱେଛାସେବୀ ଅନୁଷ୍ଠାନ କ୍ରାଏ ଓ ସ୍ପ୍ରେଡର ମିଳିତ ଆନୁକୁଲ୍ୟରେ   କୋରାପୁଟଠାରେ  ଆୟୋଜିତ  ନୂଆ ଶିକ୍ଷାନୀତି ୨୦୨୦ ସଂପର୍କିତ ୨ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି ।କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ଶିକ୍ଷାନୀତି ୨୦୨୦ ସଂପର୍କିତ ସମସ୍ତ ବ୍ୟବସ୍ଥା ଉପରେ ବିସ୍ତୁୃତଭାବେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ସରକାର ଶିକ୍ଷା ବ୍ୟବସ୍ଥାରେ ଏପରି ଏକ ପରିବର୍ତନ ଆଣିବାକୁ ଚାହୁଁଛନ୍ତି ଯାହା କି ଭାରତ ଏକ ସାର୍ବଜନୀନ ଶିକ୍ଷା ପ୍ରଣାଳୀରେ ପରିଚାଳିତ ହେବ ଓ ଏହି ଶିକ୍ଷା ପ୍ରଣାଳୀ ଭାରତକୁ ଏକ ପରିବର୍ତନ ଆଡକୁ ନେବ ବୋଲି ମତବ୍ୟକ୍ତ କରାଯାଇଥିଲା ।କୋରାପୁଟ ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରଧାନଶିକ୍ଷକ ,ଶିକ୍ଷକ , ଅଧ୍ୟାପକ , ଶିକ୍ଷାବିତ ,ଶିଶୁ କଲ୍ୟାଣ କମିଟିର ସଦସ୍ୟ /ସଦସ୍ୟା , ବରିଷ୍ଠ ନାଗରିକ , ସାମାଜିକ କର୍ମି ,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ , ଓ କିଶୋରୀବାଳିକାମାନେ ଯୋଗଦେଇ ନୂଆ ଶିକ୍ଷାନୀତିରେ ଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ।ନୂତନ ଶିକ୍ଷାନୀତି ମାଧ୍ୟମରେ ଶିକ୍ଷା ବ୍ୟବସ୍ତାରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ,ଆଂଚଳିକ ଭାଷାଭିତିକ ଶିକ୍ଷକ ନିଯୁକ୍ତି ଓ ତାଲିମ , ବିଷୟଭିତିକ ଶିକ୍ଷକ ନିଯୁକ୍ତି ,ଆବଶ୍ୟକୀୟ ଭିତିଭୂମି ନିର୍ମାଣ , ଶିକ୍ଷା ବ୍ୟବସ୍ଥାରେ ଅଭିଭାବକମାନଙ୍କ ଭାଗୀଦାରିତା ଏବଂ ସାରା ଭାରତରେ ଶିକ୍ଷା ବ୍ୟବସ୍ଥା ପରିଚାଳନା କରିବା ନିମନ୍ତେ ଭାରତୀୟ ଶିକ୍ଷା ସେବା ପଦବୀ ସୃଷ୍ଟି କରିବାକୁ ଅଂଶଗ୍ରହଣକାରୀମାନେ ପରାମର୍ଶ ଦେଇଥିଲେ ।ସ୍ପ୍ରେଡ ଅନୁଷ୍ଠାନର ସଂପାଦକ ବିଦ୍ୟୁତ ମହାନ୍ତି ଯୋଗଦେଇ ପରିଚାଳନା କରିଥିବା ବେଳେ ନିରାକାର ବେହେରା ,ଦୁଃଶମନ୍ତ ପାଢୀ ,ଅଜୟ କୁମାର ବେହେରା , ମଳୟ ଜେନା ,ଚିନ୍ମୟୀ ପଟନାୟକ ଓ ସୁକୁମାର ଗଡଙ୍ଗା ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।