Odiapua.com

ନୂଆଗାଁ ଗ୍ରାମସଭାରେ ଜଙ୍ଗଳଜମି କିସମ ପରିବର୍ତ୍ତନକୁ ବିରୋଧ

କୋରାପୁଟ ୨୧-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)ନାଲକୋକୁ ସରକାର ସେରୁବନ୍ଧ ବକ୍ସାଇଟ ଖଣି ଲିଜ ସୂତ୍ରରେ ଦେଇଥିବା ବେଳେ ଖଣି ଖନନ କରିବା ନିମନ୍ତେ ଜଙ୍ଗଳଜମିକୁ ଅଣଜଙ୍ଗଳ ଜମିରେ ପରବର୍ତ୍ତନ କରିବାର ଦରକାର ଥିବା ବେଳେ ଏଥିନିମନ୍ତେ ସଂଲଗ୍ନ ପଂଚାୟତରେ ଗ୍ରମସଭାରେ ଗୃହୀତ ହେବା ନିୟମ ରହିଛି।କିନ୍ତୁ ମାଳିପୁଟ ଓ ପଟ୍ଟାଙ୍ଗୀ ପଂଚାୟତରେ ହୋଇଥିବା ଗ୍ରାମସଭାରେ ଏହାକୁ ବିରୋଧ କରାଯାଇଥିଲା।ଆଜି ନୂଆଗାଁ ପଂଚାୟତରେ ଗ୍ରାମସଭା ଆୟୋଜିତ ହୋଇଥିଲା।କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ,  ପଟ୍ଟାଙ୍ଗୀର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ,  ସମାଜସେବୀ ରଂଜିତ ପାଙ୍ଗୀ,  ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖ ଯୋଗଦେଇ ନାଲକୋ ଆଜି ପର୍ଯ୍ୟନ୍ତ ତାହାର ପାରିପାର୍ଶିକ ବିକାଶ କଣ କରିଛି ତାହା ଶ୍ୱେତପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରୁ ବୋଲି ଦାବି କରିଥିଲେ।ମାଳି ପର୍ବତ ସୁରକ୍ଷା ସମିତି,  ସେରୁବନ୍ଧ ପର୍ବତ ସୁରକ୍ଷା ସମିତି ଓ କୋରାପୁଟିଆ ଜନସୁରକ୍ଷା ସଂଘର କର୍ମକର୍ତମାନେ ଯୋଗଦେଇ ଜମି କିସମ ପରିବର୍ତ୍ତନର ବିରୋଧ କରିବା ସହ ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ।ସରପଂଚ ଲାକି ଗେମେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପିଇଓ କମଲ ଲୋଚନ ପରଜା ବୈଠକର ଲିଖିତ ବିବରଣୀ ପଠନ କରିଥିଲେ।ପୂର୍ବତନ ସରପଂଚ ସୁନୀଲ ଖରା ବୈଠକଟିକୁ ପରିଚାଳନା କରିଥିଲେ।୩ ଟି ଗ୍ରାମପଂଚାୟତରେ ଜମିକିସମ ପରିବର୍ତ୍ତନକୁ ବିରୋଧ କରାଯାଇଥିବା ବେଳେ ଆସନ୍ତାକାଲି କୋଟିଆ ପଂଚାୟତରେ ଜମି କିସମ ପରିବର୍ତ୍ତନ ବାବଦରେ ଗ୍ରାମସଭା ଆୟୋଜନ କରାଯିବ ବୋଲି ଜଣାପଡିଛି।