Odiapua.com

ନିର୍ମାଣ ଶ୍ରମିକ ସଂଘର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୩-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ) ୧୦ ଦଫା ଦାବି ପୂରଣ ପାଇଁ କୋରାପୁଟ ଜିଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । ଜିଲା ଶାଖା ଆବାହକ ଯୁଧୀଷ୍ଟିର ରାଉଳଙ୍କ ନେତୃତ୍ୱରେ ଶତାଧିକ ନିର୍ମାଣ ଶ୍ରମିକ ଆରଟିଓ ଅଫିସ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳ ଅଫିସରେ ପହଂଚିଥିଲେ । ସଂଘର ପ୍ରମୁଖ ଦାବି ମଧ୍ୟରେ ଜିଲା ଶ୍ରମ ଅଧିକାରୀ ଅଫିସରେ ଖାଲି ଥିବା ସମସ୍ତ ପଦବୀ ତୂରନ୍ତ ପୂରଣ କରା ଯାଉ,ଶ୍ରମିକ ମାନଙ୍କ ମାସିକ ଦରମା ସର୍ବନିମ୍ନ ୧୮ ହଜାର ଓ ପେନସନ୍ ୩ହଜାର,ଶ୍ରମିକ ପଂଜିକରଣ ହେବାର ୪୫ଦିନ ମଧ୍ୟରେ ଶ୍ରମିକ ପରିଚୟ କାର୍ଡ ଓ ସହାୟତା ରାଶି ପ୍ରଦାନ,ଯନ୍ତ୍ରପାତି ଓ ନିରାପତା ଉପକରଣ ପାଇଁ ଦିଆ ଯାଉଥିବା ସହା.ତା ରାଶି ପ୍ରତି ୨ବର୍ଷରେ ପ୍ରଦାନ କରା ଯିବା, ବିବାହ ସହାୟତା ରାଶି ୫୦ ହଜାରକୁ ବୃଦ୍ଧି କରାଯିବା,ନିର୍ମାଣକାରୀ ସଂସ୍ଥା ଠାରୁ ଶ୍ରମିକ କଲ୍ୟାଣ ପାଣ୍ଠି ନିମନ୍ତେ ୨ପ୍ରତିଶତ ସେସ୍ ଆଦାୟ,ସମସ୍ତ ରାଜ୍ୟରେ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ କରାଯିବାକୁ ଦାବି କରିଛନ୍ତି ।