Odiapua.com

ନିର୍ବାଚନ ସରିଲା ; ପ୍ରଶାସନ ଦାୟିତ୍ୱ ଭୁଲିଗଲା; କଲେଜ ବାହାରେ କାଠ ଡେସ୍କ ପଡି ବର୍ଷାରେ ଭିଜୁଛି

କୋରାପୁଟ ୨୪-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ କୋରାପୁଟ ସରକାରୀ କଲେଜର ଆର୍ଟସ ଓ କମର୍ସ ବ୍ଲକର ୧୧ ଟି ଗୃହ ନେଇଥିଲେ।ମାର୍ଚ୍ଚ ୨୩ ତାରିଖରେ ଗଣତି ସରିଯାଇଛି ମାସେ ହେଲାଣି କିନ୍ତୁ ଜିଲ୍ଲା ପ୍ରଶାସନ ନିଜ ଦାୟିତ୍ୱ ଭୁଲିଯାଇଛି।ଶ୍ରେଣୀ ଗୃହରୁ ଛାତ୍ରଛାତ୍ରୀ ପାଠପଢୁଥିବା କାଠ ଡେସ୍କ, ଗୃହର ଝରକା ସବୁ କାଢି ବାହାରେ ପକେଇ ଦେଇଛନ୍ତି। ଯଦ୍ୱାରା ବର୍ଷା ହେବା ଫଳରେ ସେଗୁଡିକ ନଷ୍ଟ ହେବାକୁ ବସିଲାଣି। ସବୁଠାରୁ ବଡ ଆଶ୍ଚଯ୍ୟର କଥା ଏହି କି ଯେ ଛାତ୍ରଛାତ୍ରୀ ଗୃହ ଅଭାବରୁ ପାଠପଢାରେ ଅସୁବିଧାର ସମ୍ମୁଖିନ ହେଉଥିବା କଣ ଜିଲ୍ଲାପ୍ରଶାସନ ଜାଣି ପାରୁ ନାହିଁ। ନିର୍ବାଚନ ସମୟରେ ମଇଳା ଆବର୍ଜନା ଏବେ ବି କଲେଜ ପରିସରରେ ପଡି ରହିଛି। କଲେଜ କର୍ତ୍ତୃପକ୍ଷ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କାର୍ଯ୍ୟ କରିବାରେ ବିଳମ୍ବ କରୁଥିବା ଜଣାପଡିଛି। କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କୁ ପଚାରିବାରୁ ସମସ୍ତ କାର୍ଯ୍ୟ ତୁରନ୍ତ ଆରମ୍ଭ କରି କଲେଜ କର୍ତ୍ତୃପକ୍ଷଙ୍କୁ ଗୃହ ହସ୍ତାନ୍ତର କରିବାକୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ।ଏ ସଂପର୍କରେ ରାସ୍ତା ଓ ଗୃହ ନିର୍ମାଣ କୋରାପୁଟ ଡିଭିଜନର ନିର୍ବାହୀ ଯନ୍ତ୍ରୀ କେ.କେ.ନନ୍ଦଙ୍କୁ ପଚାରିବାରେ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି କହିଥିଲେ।କୋରାପୁଟ ଜିଲ୍ଲାପାଳ ସମସ୍ୟାକୁ ଗୁରୁତର ଭାବେ ନେଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।