Odiapua.com

ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ପ୍ରସ୍ତୁତ ନିମନ୍ତେ ତାଲିମ ପ୍ରଦାନ

କୋରାପୁଟ ୨୮-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ)ଆସନ୍ତା ନିର୍ବାଚନରେ ପ୍ରାର୍ଥି /ପ୍ରାର୍ଥିନୀମାନେ କିପରି ନିର୍ବାଚନ ଖର୍ଚ୍ଚ ବିବରଣୀ ବହି ପ୍ରସ୍ତୁତ କରି ପର୍ଯ୍ୟବେକ୍ଷକଙ୍କ ନିକଟରେ ପ୍ରଦାନ କରିବା ଉପରେ ଆଜି ପ୍ରାର୍ଥୀ ଓ ଏଜେଣ୍ଟମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ତାଲିମ ପ୍ରଦାନ କରାଯାଇଥିଲା।କୋରାପୁଟ ୨୧ ସାଂସଦୀୟ କ୍ଷେତ୍ର ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଆଶୀଷ ଯୋଶୀ, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ପ୍ରାର୍ଥି ତଥା ଏଜେଣ୍ଟମାନଙ୍କୁ ନିୟମ ଉପରେ ଆଲୋକପାତ କରିଥିଲେ। ନିୟମରୁ ବିଚ୍ୟୁତ ହେଲେ ଦୃଢ କାର୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚକ୍ରବର୍ତି ସୂଚନା ଦେଇଥିଲେ।ଏହି ତାଲିମ କାର୍ଯ୍ୟକ୍ରମରେ, ଏଡିଏମ ଦେବେନ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ .ଏ. ଅଖତାର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବିଧାୟକ ପ୍ରାର୍ଥି ରାମଚନ୍ଦ୍ର କାଡାମ, ରାମଚନ୍ଦ୍ର ପାଙ୍ଗୀ, ବିଜେଡିରୁ ଜୟନ୍ତ ମିଶ୍ର, କମଳାକାନ୍ତ ଦାସ, ବିଦ୍ୟାଧର ସାହୁ, କଂଗ୍ରେସ ଦଳରୁ ଜଗଦୀଶ ଖୋସଲା ପ୍ରମୁଖଙ୍କ ସହ ଅନ୍ୟଦଳରୁ ନେତାମାନେ ଯୋଗଦେଇଥିଲେ।