Odiapua.com

ନିରାଶ୍ରୟ ବ୍ୟକ୍ତିଙ୍କ ଆଶ୍ରୟସ୍ଥଳୀ ପାଲଟିଛି କୋରାପୁଟ ମେଡିକାଲର ଗେଟ

କୋରାପୁଟ ; ତା୧୬-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ )ନିରାଶ୍ରୟ ବ୍ୟକ୍ତିଟି ଆଶ୍ରୟ ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଗେଟକୁ ବାଛି ନେଇଥିବା ନଜର କରାଯାଇଛି।ଠିକ ଭାବରେ ନିଜ ନାମ ଓ ଘର କହି ପାରୁ ନ ଥିବା ବ୍ୟକ୍ତିଟିର ଗୋଡ ଭାଙ୍ଗି ଯାଇଥିବା ବେଳେ ଗୋଡଟିରେ ଚର୍ମ ରୋଗ ହୋଇ ଫୁଲି ଯାଇଥିବା ନଜର କରାଯାଇଥିଲା।ତାକୁ କେତେଜଣ ସ୍ୱେଛାସେବୀ କୋରାପୁଟ ହସପିଟାଲରେ ଭର୍ତି କରିଥିଲେ କିନ୍ତୁ ତା ପରେ ସେ ବେଡରୁ ପଳେଇ ଆସି ଗେଟ ଭିତରେ ଆଶ୍ରୟ ନେଇଥିବା ନଜର କରାଯାଇଥିଲା।କୋରାପୁଟ ହସପିଟାଲ ଫାଣ୍ଡିର ଅଧିକାରୀ ଏମ .ପାଇକ ନିରାଶ୍ରୟ ବ୍ୟକ୍ତିକୁ ଗାଧୋଇଦେବା ସହ କିଛି ଖାଦ୍ୟ ଦେଇଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନିରାଶ୍ରୟ ବ୍ୟକ୍ତିଟିର ଆଶ୍ରୟ ଦେବା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ସାଧାରଣରେ ଦାବି ହେଉଛି।