Odiapua.com

ନିଜ ଗାମୁଛାରେ ପାଶୀ ଲଗେଇ ଶିକ୍ଷକ ଆତ୍ମହତ୍ୟା

କୋରାପୁଟ : ୨୫/୬ (ଓଡ଼ିଆ ପୁଅ/ଅଭିନାଶ ଜାନାମ)ଜିଲ୍ଲାର ପାଡୁଆଥାନା ଅନ୍ତର୍ଗତ କୁଲାବିରଗ୍ରାମପଞ୍ଚୟତ ର ଡିପି କ୍ୟାମ୍ପ ଠାରେ ଭଡ଼ା ଘରେ ରହୁଥିବା ଶିକ୍ଷା ସହାୟକ ଶିକ୍ଷକବିଗତକାଲି ଦିନ୧୨ଘଣ୍ଟା ସମୟରେ ନିଜ ଗାମୁଛା ରେ ପାଶୀ ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।ସୁଚନା ଅନୁଯାୟୀ ପାଡୁଆଥାନା ଅଧିନସ୍ଥ କୁଲାବିର ଗ୍ରାମପଞ୍ଚାୟତ ର ଡିପି କ୍ୟାମ୍ପ ଠାରେ ଭଡ଼ା ନେଇ ରହୁଥିବାଶିକ୍ଷା ସହାୟକ ଶିକ୍ଷକ ବିକ୍ରମ ସାମଲ(୩୦)ନିଜ ଗାମୁଛାରେ ପାଶୀ ଲଗେଇ ଆତ୍ମହତ୍ୟା କରିଥିବା ଜୁଲନ୍ତାଅବସ୍ଥା ରେ ଦେଖିବାକୁ ମିଳିଛି।ଏହାପରେ ସ୍ଥାନୀୟ ଲୋକମାନେ ପାଡୁଆଥାନାପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ।ଏହାପରେ ମୃତବିକ୍ରମ ସାମଲ ର ଘର ବାଲେଶ୍ୱର ନିଜ ପରିବାର କୁ ଖବର ଦେବାପରେ ଗତକାଲି ମା ଓ ବଡ଼ ଭାଇ ପହଁଚି ଲା ପରେ ଶବ ବ୍ୟବଚ୍ଛେଦ କରି ପରିବାର ହସ୍ତାନ୍ତର କରିଥିଲେ।ପ୍ରତ୍ୟେକ ଦର୍ଶି ଓ ପଡିଶା ମାନଙ୍କ କହିବାନୁଯାୟୀ ପ୍ରେମ କୁ କେନ୍ଦ୍ର କରି ଆତ୍ମହତ୍ୟା କରିଥିବା ସନ୍ଦେହ କରୁଥିବା ଜଣା ପଡ଼ିଛି।ପଡୁଆ ଥାନା ଅଧିକାରୀ ଗୁରୁଦେବ କର୍ମୀ ଓଏଏସ ଆଇ ଶୁକ୍ରା ମାଡ଼ିଅପମୃତ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।ମୃତ ବିକ୍ରମ ସାମଲ କିନବରଗ୍ରାମପଞ୍ଚାୟତ ର କନା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ରେ କାର୍ଯ୍ୟ ରତ ଶିକ୍ଷକ ବୋଲି ଜଣାପଡିଛି।