Odiapua.com

ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ୧୦ ଦଫାଦାବି ନେଇ ଶୋଭାଯାତ୍ରା ଓ ବିକ୍ଷୋଭ

କୋରାପୁଟ ; ତା୨୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ନିଖିଲ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ କୋରାପୁଟ ଜିଲ୍ଲା ଶାଖାର କର୍ମକର୍ତାମାନେ ୧୦ ଦଫାଦାବି ନେଇ କୋରାପୁଟ ସହରରେ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାଯ୍ୟ୭ାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଂଗଠନ ସଂପାଦକ ଉତମ ମଲ୍ଲିକ ଓ ଜିଲ୍ଲା ଆବାହାକ ଯୁଧିଷ୍ଠିର ରାଉଳଙ୍କ ପରିଚାଳନାରେ ଶତାଧିକା କର୍ମମର୍ତାମାନ ଆରଟିଓ ଅଫିସ କାର୍ଯ୍ୟାଳୟ ସମ୍ମୁଖରୁ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ବାଦ ପଡିଥିବା ପାଚିକା ସହାୟିକାଙ୍କୁ ନିଯୁକ୍ତି ପ୍ରଦାନ, ମନମୁଖୀ ଛଟେଇ ବନ୍ଦ କରିବା ,୨୮ ମାସର ବକେୟା ପାରିଶ୍ରମିକ ପ୍ରଦାନ କରିବା ,ପାଚିକାମାନଙ୍କୁ ସରକାରୀ କର୍ମଚାରି ରୂପେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା , ବୀମା ଓ ଭବିଷ୍ୟନିଧି ପାଣ୍ଠିର ବ୍ୟବସ୍ଥା କରିବା ପ୍ରମୁଖ ଦାବି ରହିଥିବା ବେଳେ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଦାବିପତ୍ର ଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି କମଲ ଷଣ୍ଢ , ଜିଲ୍ଲା ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି , ସିପିଆାଇର ସହ-ସଂପାଦକ ରାମକୃଷ୍ଣ ଦାସ , କୃଷକ ନେତା ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।