Odiapua.com

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କୋରାପୁଟ ; ତା୦୫-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ଲମତାପୁଟ ବ୍ଲକ ଗୁନେଇପଡା ପଂଚାୟତର ଶୈଳପଡା ଗ୍ରାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।ସୂଚନାନୁସାରେ ଗତ ୧ ତାରିଖଦିନ ଶୈଳପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅର ଘରଯୋଗ୍ୟା ଭୋଜି ହୋଇଥିଲା।ଭୋଜିଭାତ ଚାଲୁଥିବା ବେଳେ ନାବାଳିକା ସଂପର୍କିୟ ଦାଦା ଡମ୍ବୁରୁ ପାଙ୍ଗୀ କୈାଣସି କାମଥିବା କହି ଉକ୍ତ ନାବାଳିକାକୁ ନିକଟସ୍ଥ ନିଳଗିରୀ ଜଙ୍ଗଳକୁ ଡାକିନେଇଥିଲା। ଉକ୍ତ ଜଙ୍ଗଳରେ ପୂର୍ବରୁ ଗ୍ରାମର ପପୁନ ଧାଙ୍ଗଡା ମାଝି ଓ ସୁଧିର ଏଲଙ୍ଗା ନାମକ ୨ ଜଣ ଯୁବକ ଛପି ରହିଥିଲେ।ନାବାଳିକା ଓ ତାର ଦାଦା ପହଂଚିବାପରେ ୩ ଜଣ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି।ରାତ୍ରୀ ୯ ଟା ପର୍ଯ୍ୟନ୍ତ ନାବାଳିକା ଘରକୁ ନ ଆସିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।ଖୋଜାଖୋଜି ପରେ ନିଲଗିରୀ ଜଙ୍ଗଳରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ।କିନ୍ତୁ ଲୋକଲଜ୍ୟାକୁ ଭୟ କରି ପରିବାର ଲୋକେ ଘଟଣାକୁ ଚପେଇ ଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାଶ ଆଜି ପୀଡିତାର ଗ୍ରାମକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ପୀଡିତାକୁ ଏକ ଘରୋଇ ହସପିଟାଲରେ କରାଇବା ସହ ଏ ସଂପର୍କରେ ମାଛକୁଣ୍ଡ ଥାନାକୁ ଯାଇ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏ ସଂପର୍କରେ ନନ୍ଦପୁର ଏସଡିପିଓ ତପନ ମହାନନ୍ଦଙ୍କୁ ପଚାରିବାରେ ଅଭିଯୋଗ ଭିତିହୀନ ବୋଲି କହିବା ସହ ଏହା ଦୁଇ ପରିବାରକୁ ନେଇ ମିଥ୍ୟା ଅଭିଯୋଗ କରାଯାଉଛି।