Odiapua.com

ନାବାର୍ଡ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପର ଜିଲ୍ଲାସ୍ତରୀୟ ଶିବିରର ଶୁଭାରମ୍ଭ

କୋରାପୁଟ ; ତା୦୨-୦୨-୧୯(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟ ସଭାଗୃହଠାରେ ନାବାର୍ଡର ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପର ଜିଲ୍ଲାସ୍ତରୀୟ ଶିବିର ଶୁଭାରମ୍ଭ ହୋଇଯାଇଛି ।ନାବାର୍ଡ ଏଜିଏମ ମୁରଲୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।କୋରାପୁଟ ଜିଲ୍ଲାରେ ଚାଷ ନିମନ୍ତେ ଜଳବାୟୁ ଠିକ ରହିଥିବା ବେଳେ ମାଟି ମଧ୍ୟ ଉର୍ବର ରହିଥିବା ସତ୍ୱେ ବର୍ଷାଦିନରେ କେବଳ ଏଠାରେ ଚାଷ କରାଯାଏ କିନ୍ତୁ ପଡୋଶୀ ବିଜୟନଗରମ ଓ ବିଶାପାଖାପାଟଣା ଜିଲ୍ଲାର ଚାଷୀମାନେ ବର୍ଷକୁ ୩ ଥର ଚାଷ କରିଥାନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ପ୍ରକାଶ କରିଥିଲେ ।କୋରାପୁଟ ଜିଲ୍ଲାରେ ଜଳସେଚନର ଅସୁବିଧା ରହିଥିବାରୁ ଚାଷୀମାନେ କେବଳ ଥରେଟିଏ ଚାଷ କରିଥାଏ ବୋଲି ସେ ପ୍ରକାଶ କରିବା ସହ ନାବାର୍ଡର ଏହି ପ୍ରକଳ୍ପ ଦ୍ୱାରା ଚାଷୀ ବର୍ଷକୁ ୨ ଥର ଚାଷ କରିବାରେ ସକ୍ଷମ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । କୋରାପୁଟ ଜିଲ୍ଲା ସମେତ ବରଗଡ , ବଲାଙ୍ଗୀର ,ବୈାଦ , ଗଜପତି ,କଳାହାଣ୍ଡି ,କନ୍ଧମାଳ , କେଉଁଝର ,ମୟୁରଭଞ ,ନବରଙ୍ଗପୁର ,ରାୟଗଡା , ମାଲାକାନଗିରି ,ସମ୍ବଲପୁର ,ସୋନପୁର ଓ ନୂଆପଡା ପ୍ରମୁଖ ୧୫ ଟି ଜିଲ୍ଲାରେ ନାବାର୍ଡର ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ କରାଯିବ ବୋଲି କୋରାପୁଟ ନାବାର୍ଡ ଏଜିଏମ ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।୩ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ୧୦ ହଜାର ପୋଖରୀର ମରାମତି କରାଯାଇ ଭୂତଳ ଜଳ ରିଚାର୍ଜ କରିବାର ସୁବିଧା କରାଯିବ ôଯଦ୍ୱାରା ଓଡିଶାରେ ୬୦ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ ।ଏହି ପ୍ରକଳ୍ପରେ ସୋଲାର ଜଳସେଚନର ସୁବିଧା କରାଯାଇ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି , ଉଦ୍ୟାନ ବିଭାଗ ଉପନିଦେ୍ର୍ଦଶକ ଶଙ୍କର୍ଷଣ ରାଉତ , ଜିଲ୍ଲା କାର୍ଯ୍ୟକ୍ରମ ଓ ପର୍ଯ୍ୟାଲୋଚନା ୟୁନିଟର ଉପନିଦେ୍ର୍ଦଶକ ଲକ୍ଷ୍ମିଧର ବିଶ୍ୱାଲ ,କୋରାପୁଟ କ୍ଷୁ୍ଦ୍ର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସେଠୀ ,ଭୂତଳ ଜଳ ରିଚାର୍ଜ ଉନ୍ନୟନର ଭୁତତ୍ୱବିତ ବି .ରମେଶ ପ୍ରମୁଖ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଡ.ଲୁନା ପଣ୍ଡା ଓ ସୁଶାନ୍ତ ବଳବନ୍ତରାୟ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।