Odiapua.com

ନାଟ୍ୟକର୍ମୀ ଅଶୋକ କରଙ୍କୁ ନାଟ୍ୟ ସମ୍ବର୍ଦ୍ଧନା

ନୟାଗଡ଼, ୨୫-୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଓଡ଼ିଶା ଲି୍ଙ୍କ ଆନୁକୂଲ୍ୟରେ କୋରାପୁଟ ଠାରେ ଆୟୋଜିତ ଦ୍ୱିତୀୟ କୋରାପୁଟ ସାହିତ୍ୟ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାମ୍ପ୍ରତିକ ଓଡ଼ିଆ ନାଟକରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ନାଟ୍ୟକର୍ମୀ ଅଶୋକ କରଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ନାଟ୍ୟକର୍ମୀ ଶ୍ରୀ କର ହେଉଛନ୍ତି ନୟାଗଡ଼ ଜିଲା ବାଉଁଶଗାଡ଼ିଆ ଗ୍ରାମର ବାସିନ୍ଦା। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କାଶ୍ମୀର ସାହିତ୍ୟକ ପ୍ରଫେସର ଲଳିତ ମଙ୍ଗୋତ୍ର ଏହାକୁ ଉଦ୍ଘାଟନ କରିଥିବାବେଳେ ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ କୋର।।ପୁଟ ବିଧାୟକ ରଘୁରାମ ପଡାଲ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ହାସଲ କରିଥିବା କୃତିବିତ୍ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ନୟାଗଡ଼ର ଜଣେ ବିଶିଷ୍ଟ ନାଟ୍ୟ ପ୍ରତିଭୂଙ୍କୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବାରୁ ନୟାଗଡ଼ର ବିଭିନ୍ନ ନାଟ୍ୟ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ପ୍ରକାଶ ପାଇଛି।