କୋରାପୁଟ ୧୪-୦୪(ଓଡିଆ ପୁଅ /ରଂଜନ ଦାସ) ନନ୍ଦପୁର ସଦର ମହକୁମା ଓ ଆନ୍ଧ୍ର ସୀମାନ୍ତ ଡାଉନ କ୍ୟମ୍ପଠାରେ ଭାରତରତ୍ନ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି ।ନନ୍ଦପୁର ବସଷ୍ଟାଣ୍ଡରେ ସ୍ଥାପିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।ବିଡିଓ କୈଳାସ ଚନ୍ଦ୍ର ସିଆଲ ,ତହସିଲଦାର ନରସିଂହ ଗାଦବା ,ଥାନା ଅଧିକାରୀ କପିଳେଶ୍ୱର ବେହେରା ,ସିନ୍ଧଦେବୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ମହାପାତ୍ର . ଅଧ୍ୟାପକ କିଶୋର ଚନ୍ଦ୍ର ବେହେରା ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳକୃଷ୍ଣ ବେବର୍ତା ,ଗୋପାଳ ମାଟାମ ,ବିଜେପି ମଣ୍ଡଳ ସଭାପତି ଜୟରାମ ଭୋଇ ,ଅମ୍ବେଦକର ଦଳିତ ସେବା ସମିତିର ସଭାପତି ଜଗନ୍ନାଥ ପାଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା ବାହାରି ସପ୍ତାହିକ ହାଟ ପରିକ୍ରମା କରି ଲୋକମାନଙ୍କୁ କରୋନା ଗାଇଡଲାଇନ ପାଳନ କରିବାକୁ ସଚେତନତା କରାଇଥିଲେ ।ସେହିପରିନନ୍ଦପୁର ବିଜେପି ତରଫରୁ ନନ୍ଦପୁର ମଣ୍ଡଳ ସଭାପତି ଜୟରାମ ଭୋଇଙ୍କ ନେତୃତ୍ୟରେ ଆନ୍ଧ୍ର ସୀମାନ୍ତ ବିଲାପୁଟ ପଂଚାୟତର ୫ ନମ୍ବର ଓାର୍ଡ ଜଲାପୁଟ ଡାଉନ କ୍ୟାମ୍ପଠାରେ ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ ।ପାଡୁଆ ମଣ୍ଡଳ ସଭାପତି ସୁଦର୍ଶନ ପାଙ୍ଗୀ , ସଂପାଦକ ରମେଶ ଖେମୁଣ୍ଡୁ ,ଜିଲ୍ଲା କୃଷକ ମୋର୍ଚ୍ଚା ବିଜେପି ସଭାପତି ଭଗବାନ ମୁଦୁଲି , ଗଣେଷ ଖିଲ ,ପିତାମ୍ବର ମାଛଙ୍କ ସହ ବହୁ ବିଜେପି କର୍ମି ଓ ସ୍ଥାନୀୟ ଗ୍ରାମବାସୀ ଯୋଗଦେଇ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।
ନନ୍ଦପୁର ସଦର ମହକୁମା ଓ ଆନ୍ଧ୍ର ସୀମାନ୍ତ ଡାଉନ କ୍ୟାମ୍ପରେ ଆମ୍ବେଦକର ଜୟନ୍ତୀ ପାଳିତ
