Odiapua.com

ନନ୍ଦପୁର ବ୍ଲକର ରାଙ୍ଗିଣୀଗୁଡା ଗ୍ରାମବାସୀଙ୍କୁ ଚୂଆପାଣି ଜଳକଷ୍ଟ ଦୂର କରିପାରିବ କି !

କୋରାପୁଟ ; ତା୧୮-୦୪(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ନନ୍ଦକା ପଂଚାୟତର ରାଙ୍ଗିଣୀଗୁଡା ଗ୍ରାମରେ ପାନୀୟ ଜଳର ସୁବିଧା ନ ଥିବାରୁ ଜଳକଷ୍ଟ ଦେଖାଦେଇଛି ।ମହିଳାମାନେ ଗ୍ରାମ ନିକଟସ୍ଥ ଏକ ଚୂଆକୁ ଯାଇ ପାଣି ସଂଗ୍ରହ କରୁଥିବା ଦେଖାଯାଇଛି ।ଉକ୍ତ ଚୂଆରେ ପାଣିର ଅଭାବ ଥିବା ପରିଲକ୍ଷିତ ହୋଇଛି । ଚୂଆରେ  ମହିଳାମାନେ ପହଂଚି କାଢୁଥିବା ପାଣି ମାଟିଆ ହୋଇଥିବାରୁ ବ୍ୟବହାର ଯୋଗ୍ୟ କି ବୋଲି ପ୍ରଶ୍ନ ହୋଇଛି ।ଚୂଆ ପାଣି ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିପାରିବ କି ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇପଡିଛି ।ଗ୍ରାମରେ ନଳକୂପ ସ୍ଥାପନ କରିବାକୁ ଗ୍ରାମବାସୀମାନେ ଦାବି କରିବା ପରେ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଗ୍ରାମକୁ ଯାଇ ସମସ୍‌୍ୟା ଦୂର କରିବାକୁ ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି ।କିନ୍ତୁ ଏ ପର୍ଯ୍ୟନ୍ତ କୈାଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଲୋକମାନେ ବାଧ୍ୟ ହୋଇ ଚୂଆରେ ଥିବା ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୂର୍ବରୁ ଗ୍ରାମରେ ପାନୀୟ ଜଳ ଯୋଗାଣ କରାଯାଇଥିଲା କିନ୍ତୁ ତାହା ଖରାପ ହୋଇଯାଇଥିବା ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ  ପ୍ରକାଶ କରିଛନ୍ତି ।ରାସ୍ତା ନ ଥିବାରୁ ବଡ ଗାଡି ଯିବା ସମ୍ଭବପର ହେଉ ନ ଥିଲା , ଏବେ ରାସ୍ତା ଠିକ ଥିବାରୁ  ଗାଡି ଯିବ ବୋଲି ସେ ସୂଚନା ଦେଇଛନ୍ତି ।ସୋମବାର ଦିନ ବ୍ଲକ ଓ ପଂଚାୟତସ୍ତରର ଅଧିକାରୀମାନେ ଉକ୍ତ ଗ୍ରାମକୁ ଯାଇ ସମାଧାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।