Odiapua.com

ନନ୍ଦପୁର ବ୍ଲକର ପ୍ରଥମ ଆଦିବାସୀ ଝିଅ ମନ୍ସମିତା ପାଇଲେ ଓଏଏସ। ବିଭିନ୍ନ ମହଲ ରୁ ଶୁଭେଚ୍ଛା

କୋରାପୁଟ:୧୦/୧୦ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ନନ୍ଦପୁର ବ୍ଲକ ପ୍ରଥମ ଆଦିବାସୀ ଝିଅ ମନସ୍ମିତା ପେଟିଆ ଓଡିଶା ପ୍ରଶାସାନିକ ସେବାରେ ପ୍ରଥମ ଥର ରେ କୃତକାର୍ଯ୍ୟ ହୋଇଛନ୍ତି।ମନସ୍ମିତାଙ୍କ କୃତିତ୍ୱ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ନନ୍ଦପୁର ବ୍ଲକର ହିକମ ପୁଟ ଗ୍ରାମପଞ୍ଚାୟତର ସମିତି ସଭ୍ୟ ତଥା ଆଇନଜୀବୀ ବରିଷ୍ଠ ବିଜେଡ଼ି ନେତା ଭଗବାନ ପେଟିଆ ଓ ଶିକ୍ଷୟତ୍ରୀ ସୁମିତ୍ରା ମଞ୍ଜରି ପେଟିଆଙ୍କ ବଡ଼ ଝିଅ ମନସ୍ମିତା ଚଳିତ ବର୍ଷ ଓଡିଶା ପ୍ରଶାସାନିକ ସେବାରେ ପ୍ରଥମ ଥର ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ସାରା ରାଜ୍ୟରେ ଅନୁସୂଚିତ ଜନଜାତି ତାଲିକାରେ ତୃତୀୟ ସ୍ଥାନରେ ଥିବା ପି. ମନ୍ସମିତା ପ୍ରଥମ ଶ୍ରେଣୀରୁ ମେଧାବୀ ଛାତ୍ରୀ ଥିଲେ। ସେମିଳିଗୁଡା ସ୍ଥିତ ଜୀବନ ଜ୍ୟୋତି କନଭେଣ୍ଟ ସ୍କୁଲରେ ଦଶମ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସୁନାବେଡ଼ା ସ୍ଥିତ ଭି.ଏସ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ଓ ଭୁବନେଶ୍ୱର ସ୍ଥିତ ସିଇଟି ଇଂଜିନିୟରିଂ କଲେଜରେ ବିଟେକ ରେ ପ୍ରଥମ ଶ୍ରେଣୀ ଦିଲ୍ଲୀ ଜବାହରଲାଲ ନେହୁରୁ ବିଶ୍ୱ ବିଦ୍ୟାଳୟରୁ ଏମଏ କରିବାସହ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି।ମନସ୍ମିତା ଏଥି ପୂର୍ବରୁ ଇଣ୍ଡିଆନ ପାର୍ଲିଆମେଣ୍ଟ ସର୍ଭିସରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ମନସ୍ମିତାଙ୍କ ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।