Odiapua.com

ନନ୍ଦପୁର ଅବକାରୀ ବିଭାଗ ତରଫରୁ ଚଢାଉ

କୋରାପୁଟ ୧୭-୦୪(ଓଡିଆ ପୁଅ /ରଂଜନ ଦାସ)ନନ୍ଦପୁର ଅବକାରୀ ବିଭାଗ ତରଫରୁ ହାତିବାରୀ ପଂଚାୟତର ନୂଆପୁଟ ଗ୍ରାମରେ ଚଢାଉ କରି ଏକ ଖୋଲାସ୍ଥାନରେ ମଦରନ୍ଧା ହେଉଥିବା ଦେଖି ସେଠାରେ ଥିବା ସମସ୍ତ ପୋଚ ନଷ୍‌ଟ କରିବା ସହ ରନ୍ଧା ସାମଗ୍ରୀ ସବୁ ଜବତ କରାଯାଇଥିବା ଅବକାରୀ ଅଧିକାରୀ ଭବାନୀ ଶଙ୍କର ତ୍ରୀପାଠୀ ସୂଚନା ଦେଇଛନ୍ତି ।ଅନ୍ୟ ୩ ଜଣ ବ୍ୟକ୍ତିଙ୍କ ଘରେ ଚଢାଉ କରି ଦେଶୀ ରନ୍ଧା ମଦ ୧୫ ଲିଟର ,ବିଦେଶୀ ମଦ ୪୬୮୦ ଲିଟର ଜବତ କରାଯିବା ସହ ୩୦୦ ଲିଟର ପୋଚ ନଷ୍ଟ କରାଯାଇଥିବା ସେ ପ୍ରକାଶ କରିବା ସହ ୪ ଗୋଟି ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ।ଚଢାଉ ସମୟରେ  ସତ୍ୟ ପ୍ରଧାନ , ପ୍ରତିମା ବେହେରା ,ସୁଶାନ୍ତ ନାୟକ ,ଦେବେନ୍ଦ୍ର ଖରା ଓ ଗୀତାରାଣୀ ଦଳପତି ପ୍ରମୁଖ କର୍ମଚାରୀ ସାମିଲ ହୋଇଥିବା ଜଣାପଡିଛି ।