Odiapua.com

ନନ୍ଦପୁରରେ  ପ୍ରଶାସନ ଦ୍ୱାରା ନେତାଜୀ ଜୟନ୍ତୀ ପାଳନ ନ ହେବାରୁ ଥାନାର ଦ୍ୱାରସ୍ଥ ହେଲେ ବାସିନ୍ଦା

କୋରାପୁଟ ୨୩-୦୧(ଓଡିଆ ପୁଅ /ରଂଜନ ଦାସ)ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀକୁ କେନ୍ଦ୍ର ସରକାର ପରାକ୍ରମ ଦିବସ ରୂପରେ ପାଳନ କରୁଥିବା ବେଳେ ନନ୍ଦପୁର ସଦର ମହକୁମାର ଏହାର ବ୍ୟତିକ୍ରମ ଦେଖାଦେଇଥିବାରୁ ନନ୍ଦପୁର ବାସିନ୍ଦା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।ନନ୍ଦପୁରରେ ଥିବା ନେତାଜୀଙ୍କ ପ୍ରତିମୂର୍ତିଟି ବିବର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ବରହିଥିବା ବେଳେ  ଫୁଲମାଳଟିଏ ଚଢାଇ ନେତାଜୀଙ୍କ ତ୍ୟାଗ ବଳିଦାନର ସ୍ମୃତିଚାରଣ କରିବାକୁ ନନ୍ଦପୁର ପ୍ରଶାସନ ଭୂଲିଯାଇଥିବା ଅଭିଯୋଗ କରାଯାଇଛି ।ନନ୍ଦପୁର ରାଷ୍ଟ୍ରୀୟ ସ୍ୱଂୟ ସହାୟକ ଶାଖାର କିଛି କର୍ମି ମୂର୍ତିକୁ ସଫା କରି ଜୟନ୍ତୀ ପାଳନ କରିଥିଲେ ।ନନ୍ଦପୁର ପ୍ରଶାସନର ବେପୁରିଆ ମନୋଭାବ ଓ ମହାପୁରୁଷଙ୍କୁ ଅସମ୍ମାନ ଜଣାଇବା ଅଭିଯୋଗରେ  ନନ୍ଦପୁର ଥାନାରେ ଏକ ଏତଲା ପ୍ରଦାନ କରାଯାଇଥିବା ଜଣାପଡିଛି । ଏତଲା ପ୍ରଦାନ ବେଳେ ବିଶ୍ୱନାଥ ଶିଶା ,ଦିବାକର ଭତ୍ରା ,ତୁଷାରକାନ୍ତ ମହାନ୍ତି ,ଦୁର୍ଗା ପ୍ରସାଦ ପଟନାୟକ ,ମଧୁସୂଦନ ଖରା ,ହରିହର ବେହେରା ,ସୁରେଶ ଦଙ୍ଗାୟତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।