Odiapua.com

ନକ୍ସଲଙ୍କ ବର୍ବରକାଣ୍ଡ ;ଟିଡିପିର ୨ ନେତାଙ୍କୁ ଗୁଳିକରି ହତ୍ୟାକଲେ ଡମ୍ବୁରିଗୁଡା ପୋଲିସ ଷ୍ଟେସନରେ ନିଆଁ ଲଗେଇଦେଲେ ଉତକ୍ଷିପ୍ତ ଲୋକେ

କୋରାପୁଟ ;ତା୨୩-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲା ଆରୁକୁର ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୋମାଙ୍କୁ ମାଓବାଦୀ ରବିବାର ପୂର୍ବାହ୍ନରେ ଗୁଳିକରି ହତ୍ୟା କରିଛନ୍ତି। ଆଜି ଆରୁକୁ ନିକଟ ଲିଲିପୁଟ ଗ୍ରମାରେ ଗ୍ରାମ ଦର୍ଶିନୀ କାର୍ଯ୍ୟକ୍ରମରେ ଯୋଗଦେଇ ଡୁମ୍ବୁରିଗୁଡା ଗ୍ରାମରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ସେମାନେ ଯାଇ ଫେରୁଥିବା ବେଳେ ତଟାଙ୍ଗୀ ନିକଟରେ୫୦ ରୁ୬୦ ଜଣ ସଶସ୍ତ୍ର ମାଓବାଦୀ ଗାଡି ଅଟକାଇ ଅଙ୍ଗରକ୍ଷକଙ୍କଠାରୁ ଏକ-୪୭ ବନ୍ଧୁକ ଛଡାଇ ନେବାପରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା କରି ପଳେଇ ଯାଇଥିଲେ। ବିଧାୟକ ସବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଶିବେରୀ ସୋମା ପଛୁଆ ଅଂଚଳର ବିକାଶ ପାଇଁ ଅନେକ ତ୍ୟାଗ କରିଥିବା ଟିଡିପି ସୁପ୍ରିମୋ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାଇଡୁ ପ୍ରତିକ୍ରିୟା ଦେବା ସହ ମାଓବାଦୀଙ୍କ ଏପରି ଘୃନ୍ୟକାର୍ଯ୍ୟକୁ ନିନ୍ଦା କରିଛନ୍ତି। ଡମ୍ବୁରିଗୁଡା ପୋଲିସ ଷ୍ଟେସନକୁ ଉତକ୍ଷିପ୍ତ ଲୋକମାନେ ନିଆଁ କଲଗେଇ ଦେଇଥିବା ଜଣାପଡିଛି।ଆନ୍ଧ୍ର ପୋଲିସ ଓଡିଶା ସୀମାକୁ ସିଲ କରିଦେଇଥିବା ଜଣାପଡିଛି।ଏ ଘଟଣା ପରେ କୋରାପୁଟ ପୋଲିସ ତରଫରୁ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି।ଆନ୍ଧ୍ର ସୀମାନ୍ତରେ କୁମ୍ବି ଅପରେସନ ଜୋରଦାର କରାଯାଉଥିବା କୋରାପୁଟ ଏସପି ଡାକ୍ତର କନଓାର ବିସାଳ ସିଂ ସୂଚନା ଦେଇଛନ୍ତି।