ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ୱେବ୍ସାଇଟ ତିଆରି କରି ଚାକିରୀ ଆଶାୟୀ ଯୁବପିଢିଙ୍କ ଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଛନ୍ତି । ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ଔୃଜ୍ଞଚ୍ଛ ହେବା ପରେଏହି ଦିଗରେ ପଦକ୍ଷେପ ସ୍ୱରୂପ ଏହି ନକଲି ୱେବ୍ସାଇଟ୍କୁ ତୁରନ୍ତ ବନ୍ଦ କରିବା ସହ ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି । ଏ ନେଇ କମ୍ପାନୀ ପକ୍ଷରୁ ଧାମରା ଥାନାରେ ଏତଲା ଦିଆଯାଇଛି ଓ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ଅଭିଯୋଗ କରାଯାଇଛି । ଏହାସହ ନିଯୁକ୍ତି ଆଶାୟୀ ଯୁବପିଢିମାନଙ୍କୁ ଏହିପରି ଫେକ୍ ୱେବ୍ସାଇଟ ଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି । ଧାମରା ପୋର୍ଟ ଅଧିକାରୀଙ୍କୁ ଏ ବିଷୟରେ ପଚାରି ବୁଝିବାରୁ ଏହିପରି କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ୱେବ୍ସାଇଟ ମାଧ୍ୟମରେ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି । ଧାମରା ପୋର୍ଟ କମ୍ପାନୀ ଲିମିଟେଡ (ଡିପିସିଏଲ୍)ର ଅଫିସିଆଲ୍ ୱେବସାଇଟ୍ ହେଉଛି https://www.adaniports.com/Ports-and-Terminals/dhamra-port. ଏହା ବ୍ୟତୀତ କମ୍ପାନୀର ଅନ୍ୟ କୌଣସି ୱେବସାଇଟ୍ ନାହିଁ । ଏକ ନକଲି ୱେବସାଇଟ୍ https://dhamraport.in, ମାଧ୍ୟମରେ ଅନଲାଇନ ନିଯୁକ୍ତି ସ୍କାମ୍ ଚାଲିଥିବା ସମ୍ବନ୍ଧରେ ପରିଚାଳନା ସଂସ୍ଥ ।ରିପୋର୍ଟ ପାଇଛି । ଏହିଭଳି ନକଲି ୱେବ୍ସାଇଟ ଖୋଲି ଆଶାୟୀ ଯୁବପିଢୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ସଂପୃକ୍ତ ୱେବସାଇଟ୍ ଉପରେ ଡିପିସିଏଲ୍ର କୌଣସି ନିୟନ୍ତ୍ରଣ କିମ୍ବା ସହଭାଗିତା ନାହିଁ ଏବଂ ସାଧାରଣ ଜନତାଙ୍କୁ ଏହାର ଶିକାର ନ ହେବାକୁ ଅନୁରୋଧ କରାଯାଉଛି । ଧାମରା ବନ୍ଦର ରୋଜଗାର ସମ୍ବନ୍ଧୀୟ ସୁଯୋଗ ପାଇଁ ଦେୟ ଦାବି କରେ ନାହିଁ ଏବଂ ସମସ୍ତ ଖାଲି ପଦବୀ କେବଳ ଉପରୋକ୍ତ ଅଫିସିଆଲ୍ ୱେବସାଇଟ୍ରେ ପ୍ରକାଶିତ ହୁଏ ।