Odiapua.com

ଧାମରାରେ ଗଙ୍ଗାମାତା ପୂଜା ୪୩ ବର୍ଷରେ ପଦାର୍ପଣ କଲା

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ମତ୍ସ୍ୟଜିବୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଙ୍ଗା ମାତା ପୂଜା ୪୩ବର୍ଷରେ ପଦାର୍ପନ କରିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଗଙ୍ଗା ମାତା ପୂଜା ଅବସରରେ ଧାମରା ମତ୍ସ୍ୟପୋତାଶ୍ରୟ ଅଧିନରେ ଥିବା ସମସ୍ତ ମତ୍ସ୍ୟଜିବୀ ୧୦ଦିନ ବ୍ୟାପୀ ଏହି ପୂଜା ଅବସରରେ ମାଛ ଧରିବା ପାଇଁ ଯାଇ ନଥାନ୍ତି ଏଥିସହ ଧାମରା ରେ ଥିବା ଶତାଧିକ ଟ୍ରଲର ,ଭୁଟୁଭୁଟି ଏହି ସମୟରେ ନିଜ ନିଜର ବୋଟ ପୂଜା କରି ଧାମରା ଜେଟିରେ ଲଙ୍ଗର କରିଥାନ୍ତି। ୧୯୮୨ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ମା ଧାମରାଇ ମତ୍ସ୍ୟଜିବୀ ସଂଘ ପକ୍ଷରୁ ଗଙ୍ଗା ମାତାଙ୍କ ମୃଣ୍ମୟ ମୂର୍ତୀ ପୂଜା କରାଯାଉଥିବା ବେଳେ ପାଶ୍ୱର୍ବର୍ତୀ ମୂର୍ତୀ ମଧ୍ୟ ବହୁ ଆକର୍ଷଣୀୟ ହୋଇଛି। ଏହି ଉପଲକ୍ଷେ ଆକର୍ଷଣୀୟ ତୋରଣ ଏବଂ ଆତସବାଜୀ କାର୍ଯ୍ୟକ୍ରମ କରାଯାଇଛି। ଏହି ପୂଜା ଅବସରରେ ଗଙ୍ଗା ମାତା ପଡିଆରେ ଅପେରା ସୋର ମଧ୍ୟ ଆୟୋଜନ କରାଯିବା ସହ ଏହି ପୂଜା ଚଳିତ ମାସ ମକରସଂକ୍ରାନ୍ତି ରେ ଆରମ୍ଭ ହୋଇଥିବା ବେଳେ ଏହା ୨୪ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ତିରୀକୃତ ହୋଇଛି। ଗଙ୍ଗା ମାତାଙ୍କ ପୂଜା ଅବସରରେ ସଂଘର ପୂର୍ବତନ ସଂପାଦକ ପ୍ରଫୁଲ ଜେନା, ସୁଦର୍ଶନ ଲେଙ୍କା, ଅଶୋକ ଜେନା, ପ୍ରଫୁଲ ମଣ୍ଡଳ, ନିତ୍ୟାନନ୍ଦ ବେହେରା, ନିରଞ୍ଜନ ମଣ୍ଡଳ, ଅଭିମନ୍ୟୁ ରାଉତ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଙ୍କ ସହଯୋଗରେ ଏହି ପୂଜା ପାଳନ କରାଯାଉଥିବା ବେଳେ ଜିଲ୍ଲା ପ୍ରଶାସନର ସହଯୋଗରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୁତୟନ କରାଯାଇଛି।