Odiapua.com

ଧାନର ଅଭାବୀ ବିକ୍ରି ପ୍ରତିବାଦରେ କୋରାପୁଟରେ କଂଗ୍ରେସର ରାସ୍ତା ରୋକ

କୋରାପୁଟ ୨୯-୦୬(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟରେ ଧାନର ଅଭାବୀ ବିକ୍ରିର ପ୍ରତିବାଦ କରି   କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାର ବିଭିନ୍ନ ସହର ଓ ବ୍ଲକରେ ୪ଘଂଟିଆ ରାସ୍ତା ଅବରୋଦ୍ଧ କରାଯିବା ସହ ଚାଷୀ ନିକଟରେ ଗଚ୍ଛିତ ଥିବା ସବୁ ଧାନ ତୂରନ୍ତ କିଣା ଯିବାକୁ ଦାବି କରି  ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ରବି ଧାନ କିଣା ଯିବାକୁ ଯୋଗାଣ ବିଭାଗ ଟୋକେନ ଦେଇଥିବା ସତ୍ୱେ ଜିଲାରେ ଧାନ ସଂଗ୍ରହ କରା ଯାଉ ନାହିଁ ଫଳରେ ଚାଷି ଦଲାଲ ଓ ମିଲର ମାନଙ୍କ ଚକ୍ରାନ୍ତରେ ପଡି କମଦରରେ ଧାନ ବିକ୍ରି କରୁଥିବା କଂଗ୍ରେସଅଭିଯୋଗ କରିଛି । ପୂର୍ବତନ ଡିସିସି  କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ,ପୂର୍ବତନ ବିଧାୟକ ନିମାଇଁ ସରକାର, ପୂର୍ବତନ କୋରାପୁଟ ନଗରପାଳ ଭଗବାନ ବାହିନିପତି,ବିଧାୟକ ପ୍ରାର୍ଥି କୃଷ୍ଣ କୁଲଦୀପ, ବରିଷ୍ଠ କଂଗ୍ରେସ ନେତା ଜଗଦିଶ ଖୋସ୍ଲା,ବ୍ଲକ ସଭାପତି  ରମେଶ ବାଖିଆ,ସାଂସଦ ପ୍ରତିନିଧି ବାବୁଲା ବେନ୍ୟା,କୋରାପୁଟ ନଗର ସଭାପତି ଜୟନ୍ତ କଚିମ , ପୂର୍ବତନ କାଉନସିଲର ବିଜୟ କୁମାର ରାଓ ,ରମେଶ ଖରା, ପ୍ରଭାକର ମାଛ ପ୍ରମୁଖ ତେନ୍ତୁଳଗଛ ଟ୍ରାଫିକ ଛକରେ ୨୬ ନଂ ଜାତୀୟ ରାଜପଥ ୪ ଘଂଟା ପାଇଁ ଅବରୋଦ୍ଧ କରିଥିଲେ  ।ରାସ୍ତା ଅବରୋଧ ଯୋଗୁଁ ବଡ ବଡ ଗାଡି ଜାତୀୟ ରାଜପଥରେ ଅଟକି ରହିଥିବା ନଜର କରାଯାଇଥିଲା ।  ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର  ସହକାରୀ  ଜିଲାପାଳ ସୁରଜିତ ମିଶ୍ରଙ୍କୁ  କଂଗ୍ରେସ ନେତାମାନେ ପ୍ରଦାନ କରିଥୁଲେ ।