Odiapua.com

ଧାନକ୍ରୟ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

କୋରାପୁଟ ୭-୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଧାନକ୍ରୟକୁ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏକ ସମୀକ୍ଷା କରିଛନ୍ତି।ଚାଷୀମାନେ ଯେପରି ତୁରନ୍ତ ଧାନ ବିକ୍ରୀ କରିପାରିବେ ତା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।ଯେଉଁ ଚାଷୀମାନେ ଧାନ ବିକ୍ରୟ ପାଇଁ ଟୋକନ ପାଇଛନ୍ତି ସେମାନଙ୍କ ଅମଳ ହୋଇଥିବା ଏଫକ୍ୟୁ ମାନର ଧାନ ବିକ୍ରୟ କେନ୍ଦ୍ରରେ ଗଛିତ ରଖିବେ।ଆସନ୍ତା ୧୫ ତାରିଖ ଭିତରେ ଧାନ ଗଛିତ ରଖିବାକୁ ଚାଷୀମାନଙ୍କୁ ଅନୁରୋଧ କରାଯିବ ଓ ଜିଲ୍ଲା ପ୍ରଶାସନ ସେଠାକୁ ଯାଇ ଅନୁଧ୍ୟାନ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା।ରାଜ୍ୟ ସରକାର ଟାର୍ଗେଟ ଦେବାପରେ ଧାନକ୍ରୟ କରାଯିବ ବୋଲି ଜଣାପଡିଛି।ଏହି ନିଷ୍ପତି ସଂପର୍କରେ ପ୍ରଚାର ଓ ଲିଫଲେଟ ମାଧ୍ୟମରେ ଚାଷୀମାନଙ୍କୁ ସୂଚନା ଦେବା ନିମନ୍ତେ କୋରାପୁଟ ଓ ଜୟପୁର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଏହି ବୈଠକରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ, ଜିଲ୍ଲା ଯୋଗାଣ ଅଧିକାରୀ ତୁଳାରାମ ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।