କଳାହାଣ୍ଡି – ତା.୨୫.୦୪.୨୦୨୦ (ଓଡିଆପୁଅ) ସାଂପ୍ରତିକ ସ୍ଥିତିରେ ସମଗ୍ର ଦେଶ କୋଭିଦ-୧୯ ସହ ସଂଗ୍ରାମ ଜାରି ରଖିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ପାଣ୍ଠିରୁ ଅନେକ ଯୋଜନା ପ୍ରଣୟନ କରୁଥିବା ଜଣାପଡିଛି । ଏହି ଅବସରରେ ବିଭିନ୍ନ ସାମାଜିକ ସଂସ୍ଥା ତଥା ବ୍ୟକ୍ତି ବିଶେଷ ପିଏମ କେଆରସ ପାଣ୍ଠିକୁ ଏବଂ ସିଏମଆରଏଫ ପାଣ୍ଠିକୁ ଅକୁଣ୍ଠିତ ଭାବରେ ସହଯୋଗ ରାଶି ଦାଖଲ କରୁଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲାରେ ଜୟପାଟଣା ଅଂଚଳର ପ୍ରତ୍ୟେକ ବ୍ରାହ୍ମଣ ପରିବାର ରୁ ଯଥା ସମ୍ଭବ ସହଯୋଗ ରାଶି ସଂଗ୍ରହ କରାଯାଇ ଜୟପାଟଣା ଆଂଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ୨୨ ହଜାର ଟଙ୍କା ସିଏମଆରଏଫ କୁ ସହଯୋଗ ରାଶି ଦାଖଲ କରାଯାଇଛି ।
ସେହିପରି କଳାହାଣ୍ଡି କୁଲତା ସମାଜ ପକ୍ଷରୁ ସବାପତି ହୁକୁମ ଭୋଇ, ସମ୍ଫାଦକ ଯତୀନ୍ଦ୍ର ଭୋଇ ପ୍ରମୂଖ କେସିଙ୍ଗା ବିଡିଓ ଙ୍କ ମାଧ୍ୟମରେ ସିଏମଆରଏଫ କୁ ୧ ଲକ୍ଷ ୨୧ ହଜାର ଟଙ୍କା ଏବଂ ପିଏମ କେଆର ପାଣ୍ଠିକୁ ୫୧ ହଜାର ଟଙ୍କାର ଚେକ ପ୍ରଦାନ କରିଥରବା ଜଣାପଡିଛି । ସମଗ୍ର ଜିଲ୍ଲାରୁ ସ୍ୱେଚ୍ଛାକୃତ ଭାବେ କୁଲତା ସମାଜର ଲୋକେ ବ୍ୟକ୍ତିଗତ ବାବେ ଏହି ମହତ କାର୍ଯ୍ୟ ପାଇଁ ଅର୍ଥ ରାଶି ପ୍ରଦାନ କରିଥିବା ଜିଲ୍ଲା ସଭାପତି ହୁକୁମ ଭୋଇଙ୍କ ସୂତ୍ରରୁ ପ୍ରକାଶ । କଳାହାଣ୍ଡିର ବହୁ ବ୍ୟକ୍ତି ବିଶେଷ ନିଜ ନିଜ ସାମର୍ଥ୍ୟ ଅନୁସାରେ ସିଏମଆରଏଫ ଓ ପିଏମ କେଆର ପାଣ୍ଠିକୁ ସହେଯାଗ ରାଶି ପ୍ରଦାନ କରୁଥିବା ଜଣାପଡିଛି ।
ଜୁନାଗଡ ବ୍ଲକ ବ୍ରାହ୍ମଣ ସମାଜ ର ୧୦ ହଜାର ଟଙ୍କା ସହଯୋଗ ରାଶିକୁ ମିଶାଇ ଧର୍ମଗଡ ଉପଖଣ୍ଡ ବ୍ରାହ୍ମଣ ସମାଜ ପକ୍ଷରୁ ସିଏମଆରଏଫ ଓ ପିଏମପିଏମ କେଆରସ