Odiapua.com

ଧନୁଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ବରଗଡ଼, ୦୩/୧୧, (ଓଡ଼ିଆ ପୁଅ ପି ନାୟକ):ଆସନ୍ତା ଡିସେମ୍ବର ୩୧ରୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଚଳିତବର୍ଷ ୭୧ ତମ ବରଗଡ଼ ଧନୁଯାତ୍ରା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି। ଟ୍ରାଫିକ ସମସ୍ୟା ଓ ଭିଡ଼ ନିୟନ୍ତ୍ରଣ ନେଇ ବୈଠକରେ ଆଲୋଚନା ହେଉଛି। ତେବେ ଧନୁଯାତ୍ରା ରେ ୧୭ଟି ମୁକ୍ତାକାଶ ମଂଚ ରେ ଧନୁଯାତ୍ରା ର ଦୃଶ୍ୟ ଅଭିନୀତ ହେବ। ତେବେ ଚଳିତ ଥର ଧନୁଯାତ୍ରା କୁ ଅଧିକ ରୋମାଞ୍ଚକର କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଗତଥର କଂସ ଭୁମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନଙ୍କୁ ଚଳିତ ବର୍ଷ ମଧ୍ୟ କଂସ ଭୁମିକାରେ ଦେଖିବାକୁ ପାଇବେ ଲୋକେ। ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଏହି ଯାତ୍ରରା ଦେଖିବାକୁ ଲକ୍ଷ ଲକ୍ଷ ଲୋକ ଏଠାରେ ସମାଗମ ହୋଇଥାନ୍ତି। ଆଉ ଏହାର ଆନନ୍ଦ ମଧ୍ୟ ନେଇଥାନ୍ତି।