Odiapua.com

ଦେଶରେ ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ସପ୍ତାହବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନ ଆରମ୍ଭ କଲା ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ଦେଶରେ ଅନଲାଇନ ଶିକ୍ଷାଦାନ କ୍ଷେତ୍ରରେ ରହିଥିବା ବାଧା ଦୂର କରିବା ଏବଂ ଡିଜିଟାଲ ଶିକ୍ଷାଦାନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପରାମର୍ଶ/ସମାଧାନ ଖୋଜିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାରା ଦେଶରୁ ଶ୍ରେଷ୍ଠ ଉପାୟ ଆହ୍ଵାନ କରାଯାଉଛି। #BharatPadheOnline ଟ୍ୟାଗକୁ ବ୍ୟବହାର କରିବା ସହିତ @HRDMinistry ଏବଂ @DrRPNishank ନୋଟିଫାଏ କରି କିମ୍ବା bharatpadheonline.mhrd@gmail.com ଇମେଲ ଜରିଆରେ ୧୬ ଏପ୍ରିଲ ୨୦୨୦ ସୁଦ୍ଧା ଏହି ଉପାୟ ଶେୟାର କରାଯାଇପାରିବ।