Odiapua.com

ଦେବୀଘାଟରେ ବିଜେଡି କର୍ମୀ ସମିଳନୀ

କୋରାପୁଟ ; ତା୨୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସଦର ବ୍ଲକର ଦେବୀଘାଟ ପଂଚାୟତରେ ବିଜୁ ଜନତା ଦଳର କର୍ମୀ ସମିଳନୀ ଅନୁଷ୍ଠିତ ହୋଇଛି। ଜିଲା ପରିଷଦ ସଦସ୍ୟା ପାର୍ବତୀ ମସ୍ତିଙ୍କ ନେତୃତ୍ୱରେ ଆୟୋଜିତ ପଂଚାୟତ ସ୍ତରୀୟ କର୍ମୀ ସମିଳନୀରେ ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ପାଣିଗ୍ରାହି ମୁଖୟ ୍ତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳର ଗରିବ ଲୋକଙ୍କ ପାଇଁ ଯେଉଁ ସବୁ ଯୋଜନା କରିଛନ୍ତି ତାର ସୁଫଳ କିପରି ସମସ୍ତେ ପାଇବେ ସେଥିପ୍ରତି ପ୍ରତ୍ୟେକ କର୍ମୀ ଗୁରୂତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଉପ-ସଭାପତି ତୁଳସୀ କିର୍ଷାନୀ, ବିଜେଡି ନେତା ରଘୁରାମ ମାଛ, ତ୍ରିପୁରାରୀ ଗରଡା, ଉତ୍କଳରଂଜନ ନାୟକ, ଲଇଛନ ହନ୍ତାଳ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ କୋରାପୁଟରୁ ବିଜେଡି ପ୍ରାର୍ଥୀଙ୍କୁ ବିଧାୟକ ଭାବେ ବିଜୟୀ କରିବାକୁ ଶପଥ ନେଇଥିଲେ।