Odiapua.com

ଦୃଷ୍ଟହୀନ କ୍ରିକେଟର ନକୁଳ ଜାତୀୟ ଟିମରେ ସାମିଲ

କୋରାପୁଟ; ତା୧୮-୦୯-୧୮(ଅ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ନକୁଳ ବଡନାୟକ ଆନ୍ତର୍ଜାତିକ ଦୃଷ୍ଟିହୀନ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ମନୋନୀତ ହୋଇଛନ୍ତି। ସେ ଆସନ୍ତା ମାସ ୨-୪ ଯାଏ ବେଙ୍ଗୁଲୁରୁରେ ହେବାକୁଥିବା ଭାରତ-ଇଂଲଣ୍ଡ ଦୃଷ୍ଟିହୀନ କ୍ରିକେଟ ମ୍ୟାଚରେ ଭାରତୀୟ ଟିମରେ ଖେଳିବାକୁ ଆଜି ମନୋନୀତ ହୋଇଛନ୍ତି। ସମ୍ପ୍ରତି ନକୁଳ କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। କ୍ରିକେଟ ଏସୋସିଏସନ ଫର୍ ଦି ବ୍ଲଇଣ୍ଡ ଇନ୍ ଇଣ୍ଡିଆ(କେବି) ପକ୍ଷରୁ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସୂଚନା ଦିଆ ଯିବା ସହ ଚଳିତ ମାସ ୨୧-୩୦ ପର୍ଯ୍ୟନ୍ତ ବେଙ୍ଗୁଲୁରୁରେ ହେବାକୁ ଥିବା ଫିଟନେସ୍ ତାଲିମରେ ଯୋଗ ଦେବାକୁ ପରାମର୍ଶ ଦିଆ ଯାଇଛି। ସୂଚନା ଥାଉକି, କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ସୁଖରାମ ମାଝି ୨୦୧୧ରେ ପ୍ରଥମ ଥର ପାଇଁ ପାକିସ୍ଥାନ ବିପକ୍ଷରେ ଖେଳିବା ପରେ ନକୁଳ ଜିଲାର ଦ୍ୱିତୀୟ ଦୃଷ୍ଟିହୀନ କ୍ରିକେଟର ଭାବେ ଜାତୀୟ ଟିମରେ ସ୍ଥାନ ପାଇଛନ୍ତି।