Odiapua.com

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଯାପିତ

କୋରାପୁଟ; ତା୦୩-୧୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ଜୟପୁର ଦ୍ୱାରା ମିଳିତ ଭାବେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ୍ ମହମ୍ମଦ ଅଖତାର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ କୋରାପୁଟ ସାଂସଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସମାଜରୁ କିପରି ଦୁର୍ନୀତିକୁ ହଟା ଯାଇ ପାରିବ ଏବଂ ଏକ ସୁସ୍ଥ ସମାଜ ଗଠନ ସହ ଦୁର୍ନୀତିମୁକ୍ତ ଦେଶ, ରାଜ୍ୟ ଗଠନ ହେବ ସେଥାପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ୨୦୧୮ ଅକ୍ଟବୋର ମଧ୍ୟରେ ବିଭାଗ ୨୮ଟି ମାମଲା ରୁଜୁ କରିଥିବା ଭିଜିଲାନ୍ସ ଅତିରିକ୍ତ ଏସପି ମାଂଗରା କୁଜୁର ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଡିଏମଓ ଡା.ଲଳିତ ମୋହନ ସାହୁ, ଡିଡବଲ୍ୟୁଓ ଜଗନ୍ନାଥ ସୋରେନ୍, ଜଳଛାୟା ପିଡି ଭବାନୀ ଶଂକର କାଲ, ଡିଆିପିଆରଓ ଜଗନ୍ନାଥ ପ୍ରସାଦ ରାଜଗୁରୁ, ଅତିରିକ୍ତ ଏସପି ୟୁ.ସି.ନାୟକ, ଭିଜିଲାନ୍ସ ଡିଏସପି ହେନେରୀ କୁଲୁ, ଇନସପେକ୍ଟର କେ.କେ.ପାତ୍ର, ପି.ରୁଦ୍ରାୟା, ଆର୍.ବିଜୟ କୁମାର, ପ୍ରମିଳା ସୁନା, ସୂର୍ଯ୍ୟକାନ୍ତି ଟାକ୍ରି ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟ ନାରାୟଣ ପ୍ରଧାନ ଓ ରବି ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଇଁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ପୁରଷ୍କୃତ କରା ଯାଇଥିଲା।