Odiapua.com

ଦାୟିତ୍ୱ ଗ୍ରହଣ କଲେ ନୂଆ ବିଡିଓ

କୋରାପୁଟ ; ତା୨୪-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଓଡିଶା ପ୍ରଶାସନିକ ସେବାର ଯୁବ ଅଧିକାରୀ ଡମ୍ବରୁଧର ମଲ୍ଲିକ ଦଶମନ୍ତପୁର ବ୍ଲକ ବିଡିଓ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମଲ୍ଲିକ ଏହା ପୂର୍ବରୁ ମାଲକାନଗିରି ଜିଲା ଖଇରପୁଟ ବିଡିଓ ଭାବେ କାର୍ଯ୍ୟ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ୟନ ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ନୂଆ ବିଡିଓଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ସେ ବ୍ଲକରେ ଚାଲିଥିବା ଆବାସ ଯୋଜନା, ସ୍ୱଚ୍ଛ ଭାରତ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।