Odiapua.com

ଦାଦାବଟି ନ ଦେବାରୁ କଣ୍ଟ୍ରାକ୍ଟରଙ୍କୁ ହତ୍ୟା

କୋରାପୁଟ :୨୦/୫ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକର କୁନ୍ଦୁଲି ହାଟପଦା ନିକଟରେ ଦାଦାବଟି ଆଦାୟକୁ କେନ୍ଦ୍ର କରି ଗତକାଲି ରାତିରେ କଣ୍ଟ୍ରାକ୍ଟରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି।

ପରିବାର ପକ୍ଷରୁ ସୂଚନା ମିଳିଛିଯେ, କୁନ୍ଦୁଲି ଗ୍ରାମରେ ଏଲଆଇପଇଣ୍ଟ ନିର୍ମାଣ ଠିକା କାର୍ଯ୍ୟରେ ଠିକାଦାର ଭାବେ କାର୍ଯ୍ୟ କରିଆସୁଥିଲେ। ଏନେଇ କିଛି ଦିନ ହେବ ମୃତ ଠିକାଦାର ରାମ ଖିଲଙ୍କୁ ନୀତି ଦିନ ଦାଦାବଟି ମାଗୁଥିଲେ ଦୁର୍ବୃତ୍ତ। କିନ୍ତୁ ଦାଦା ବଟି ରାମ ନଦେବାରୁ ତାଙ୍କୁ ହତ୍ୟା ଧମକ ଦେଇଅସୁଥିଲେ ବୋଲି ପରିବାର ପକ୍ଷରୁ ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଗତକାଲି ରାତିରେ ରାମଙ୍କୁ ହତ୍ୟାକାରୀମାନେ ସାମ୍ନା ହୋଇ ଦାଦା ବଟି ମାଗିଥିଲେ। ଏହାକୁ କେନ୍ଦ୍ର କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା କୁ ନେଇ କୁନ୍ଦୁଲି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପଟାଙ୍ଗି ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ଏବଂ ଗ୍ରାମବାସୀମାନେ ଦାବି କରିଛନ୍ତି।

ଏ ନେଇ କୁନ୍ଦୁଲି ଗ୍ରାମବାସୀ ସ୍ୱାସ୍ଥ୍ୟ କେନ୍ଦ୍ର ଦେଇ ଯାଇଥିବା ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେଇଥିଲେ ପୋଲିସ ବୁଝାଶୁଝା କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଲୋକମାନେ ଏଥିରୁ ଓହରି ଥିଲେ।

ମୃତ ବ୍ୟକ୍ତି କୁନ୍ଦୁଲି ହାଟପଦା ରାମ ଖିଲ। ମୃତକ ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ସଢ଼ୁ ଭାଇ ବୋଲି ସୂଚନା ମିଳିଛି।