Odiapua.com

ଥମୁନି ଝାଡାବାନ୍ତି, ପୁଣି ୫ ଆକ୍ରାନ୍ତ

କୋରାପୁଟ ;ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ୍ ଡୁମ୍ବାଗୁଡା ପଂଚାୟତର ପଦାବାଗ୍ରୀ ଗ୍ରାମରେ ଝାଡାବାନ୍ତି ଯୋଗୁଁ ପୁଣି ୫ଜଣ ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଳେନ୍ଦ୍ରରେ ଭର୍ତି ହୋଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଗ୍ରାମର ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଲେ ୧୧ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଅଥଚ ଏଯାଏ କୌଣସି ଡାକ୍ତରୀ ଟିମ୍ ଗାଁରେ ପହଂଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି ଅପରାନ୍ନରେ ଗ୍ରାମର କାତୁରୁ ଯାନୀ(୫୦)ବଣ୍ଡୁରୁ ଯାନୀ(୪୦) ଚନ୍ଦ୍ର ଯାନୀ(୪୦), ଜଟାଇ ଯାନୀ(୫୦) ଓ ମାମଲି ସଗର(୩)କୁ ଝାଡାବାନ୍ତି ହେବାରୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରା ଯାଇଛି। ତେବେ ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ଦଧିବାମନ ତ୍ରିପାଠୀଙ୍କୁ ପଚାରିବାରୁ ଡା.ଅନୀଲ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ପଦାବାଗ୍ରୀ ଯାଇଥିବା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ସହାୟତା ଦିଆ ଯିବା ସହ ଜରୁରୀ କାଳୀନ ଭିତିରେ ଚିକିତ୍ସା ଯୋଗାଇ ଦେବାକୁ ଡା.ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି। ସୂଚନା ଥାଉକି ପଦାବାଗ୍ରୀ ଗ୍ରାମରେ ଗତ ଦୁି ଜିନ ମଧ୍ୟରେ ଝାଡା ବାନ୍ତିରେ ଭାଷ୍କର ଖୋସ୍ଲା(୫୦) ଓ ଅଭି ମୁଦୁଲି(୪୦) ନାମକ ଦୁିଜମ ପ୍ରାଣ ହରାଇଥିବାବେଳେ ରବିବାରରୁ ଚିଙ୍କୁ ପରଜା(୨), ଧବେନ୍ ପରଜା(୫୦), ଅଭି ଯାନୀ(୨୫), କୁମ ଯାନୀ(୩୦), ସୁନ୍ଦରୀ ପରଜା(୫୦) ଓ ରିବିକା ଯାନୀ(୨୫) ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ଓ ଆଜି ପୁମି ଉପରୋକ୍ତ ୫ଜଣ ହସ୍ପିଟାଲରେ ଭର୍ତି ହୋଇଛନ୍ତି।