Odiapua.com

ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ମୁସଲିମ ମହିଳାଙ୍କୁ ଶୁଭେଚ୍ଛା – ଧର୍ମେନ୍ଦ୍ର ପ୍ରଧାନ

– ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ସମର୍ପିତ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୩୦ (ଓଡ଼ିଆ ପୁଅ) – ରାଜ୍ୟସଭାରେ ମଙ୍ଗଳବାର ଐତିହାସିକ ତିନି ତଲାକ୍ ବିଲ୍ ଗୃହିତ ହେବା ଅବସରରେ ସମସ୍ତ ମୁସଲିମ ମାଆ ଭଉଣୀ ମାନଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିଳାଙ୍କ ସମ୍ମାନ ଓ ସଶକ୍ତିକରଣ ପ୍ରତି ସମର୍ପିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଆଜି ତିନି ତଲାକ୍ ପରି ଋଢିବାଦ କୁପ୍ରଥା ମୁସଲିମ ମହିଳାଙ୍କ ସମ୍ମାନ ରକ୍ଷାରେ ଏକ ଅଭୁତପୂର୍ବ ନିୟମ ବ୍ୟବସ୍ଥା କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।