Odiapua.com

ଡ୍ରଗ୍ସ ସ୍ବାଡର ଚଢ଼ାଉ, ବ୍ୟାପକ ନକଲି ଔଷଧ ଜବତ

ବରଗଡ଼, ୧୨.୦୬(ଓଡିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ବରଗଡ଼ ଜଗଦମ୍ବା ମେଡିକାଲ ଷ୍ଟୋର ରୁ ବ୍ୟାପକ ନକଲି ଔଷଧ ଜବତ। ଆଜି କଟକ ଜିଲ୍ଲାରୁ ବିଭିନ୍ନ ଜିଲ୍ଲାକୁ ନକଲି ଔଷଧ ଡିଷ୍ଟ୍ରିବ୍ୟୁଟ ହୋଇଥିବା ସୂଚନା ପାଇ ଡ୍ରଗ୍ସ ସ୍କ୍ବାର୍ଡ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରାଯାଉ ଥିବା ବେଳେ ବରଗଡ଼ ଜଗଦମ୍ବା ମେଡିକାଲରେ ଚଢ଼ାଉ ବେଳେ ବ୍ୟାପକ ନକଳି ଔଷଧ ଜବତ ହୋଇଥିବା ସୂଚନା ମିଳିଛି। ଜବତ ଔଷଧ ମଧ୍ୟରେ treat-BL tablets , Medi-tab tablets, fedrer S tablets ରହିଛି। ତେବେ ବର୍ତମାନ ମଧ୍ୟ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହି ଥିବା ବେଳେ ତଦନ୍ତ ପୁରା ହେବ। ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସୁସ୍ମିତା ଦେହୁରୀ କହିଛନ୍ତି।