Odiapua.com

ଡେଙ୍ଗୁରେ ଆକ୍ରାନ୍ତ ସେବାଶ୍ରମ ଛାତ୍ର

କୋରାପୁଟ ୩୧-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଦୋରାଗୁଡା ସେବାଶ୍ରମ ଛାତ୍ର ପ୍ରଭୂ ନାୟକ(୧୦) ଡେଙ୍ଗୁରେ ଆକ୍ରନ୍ତ ହୋଇଥିବା ଜଣା ପଡିଛି। କିଛି ଦିନ ପୂର୍ବେ ସେବାଶ୍ରମର କେତେକ ଛାତ୍ରଙ୍କୁ ଜ୍ୱର ଓ ମୁଣ୍ଡବଥା ହୋଇଥିଲା। ସେମାନଙ୍କୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଦଳପତିଗୁଡା ଗ୍ରାମର ତୁଳାରାମ ନାୟକଙ୍କ ପୁଅ ପ୍ରଭୂ ନାୟକ ବ୍ୟତୀତ ଅନ୍ୟମାନେ ସୁସ୍ଥ ହୋଇ ହୋଷ୍ଟେଲକୁ ଫେରି ଯାଇଥିଲେ କିନ୍ତୁ ପ୍ରଭୁର ଜ୍ୱର ନକମିବାରୁ ୨୩ ତାରିଖରେ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ପରୀକ୍ଷା ନିମନ୍ତେ ରକ୍ତ ନମୂନା ପଠା ଯାଇଥିଲା। ରକ୍ତ ପରୀକ୍ଷା ପରେ ପ୍ରଭୂର ଶରୀରରେ ଡେଙ୍ଗୁ ପଜିଟିଭ ବାହାରିଥିଲା ବୋଲି ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ପ୍ରଭୂ ବର୍ତମାନ ବୈାପରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣା ପଡିଛି।