Odiapua.com

ଡୁମୁରିପୁଟରେ ବିଜେଡିର ପଦଯାତ୍ରା

କୋରାପୁଟ;୦୭-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ଡୁମୁରିପୁଟରେ କୋରାପୁଟ ଜିଲା ବିଜୁ ଜନତା ଦଳର ପଦଯାତ୍ରା ଅନୁଷ୍ଠିତ ହୋଇଛି। ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାଶ ଓ ରଘୁରାମ ପଡାଲ, ଜିଲା ବିଜେଡି ମହିଳା ଶାଖା କାର୍ଯ୍ୟକାରୀ ସଭାନେତ୍ରୀ ରୀତା ପାଣିଗ୍ରାହି, ବିଜେଡି ନେତା ରଘୁରାମ ମାଛ, ତ୍ରିପୁରାରୀ ଗରଡା, ଯୁବ ସଭାପତି ଅମିତ ଅଗ୍ରୱାଲ, ବ୍ଲକ ସଭାପତି ସାହେବ ଖୀଲଙ୍କ ନେତୃତ୍ୱରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶତାଧିକ ବିଜେଡି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ହାଟପଦା, ଡୁମୁରିପୁଟ ଗ୍ରାମ ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। ଶୋଭାଯାତ୍ରା ପରେ ଡୁମୁରିପୁଟ ବୀର ସୁରେନ୍ଦ୍ର ସାଏ ପାଠାଗାର ମଣ୍ଡପରେ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ ଯୋଜନା, ବିଜୁ ପକ୍କା ଘର ଅନ୍ୟାନ୍ୟ ଯୋଜନା ସମ୍ପର୍କରେ କର୍ମୀମାନେ ଗ୍ରାମାଂଚଳରେ ଜନ ସାଧାରଣଙ୍କୁ ବୁଝାଇ ଦଳୀୟ ସଙ୍ଗଠନ ମଜଭୁତ କରିବାକୁ ବିଜେଡି ନେତୃବୃନ୍ଦ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ମାଧବ ଖୋସ୍ଲା, ବରିଷ୍ଠ ନେତା ଶିବ ପ୍ରସାଦ ପଟ୍ଟନାୟକ, ଯୁବନେତା ଭରତ ମଲ୍ଲିକ, ଭାଗିରଥି ପାଟନିଆ, ଜିଲା ଉପ-ସଭାନେତ୍ରୀ ଏଲିନା ବେହେରା ଯୋଗ ଦେଇ ବିଜୁ ଜନତା ଦଳ ସରକାରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପଂଚାୟତ ସଭାପତି ରାମଚନ୍ଦ୍ର ଭତ୍ରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂଜୟ ମହାନ୍ତି, ରବୀନ୍ଦ୍ର କଂସାରୀ ଓଅନ୍ୟମାନେ ସହାୟତା କରିଥିଲେ।