Odiapua.com

ଡୁମୁରିପୁଟରେ ଫ୍ୟୁଜକଲ କେନ୍ଦ୍ର ଉଦଘାଟିତ

କୋରାପୁଟ ୨୬-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ବ୍ଲକ ପଦ୍ମପୁର ପଂଚାୟତର ଡୁମୁରିପୁଟ ହାଟପଦାରେ ସାଉଥକୋ ସୁନାବେଡା ପକ୍ଷରୁ ଏକ ଫ୍ୟୁଜକଲ କେନ୍ଦ୍ର ଖୋଲାଯାଇଛି। ସାଉଥକୋ କନିଷ୍ଠ ଯଂନ୍ତ୍ରୀ ଅରବିନ୍ଦ କିରଣ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବାବେଳେ ସ୍ଥାନୀୟ ରାମ ମନ୍ଦିରର ପୂଜକ ବଂଶୀଧର ଶତପଥି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏହା ଦ୍ୱାରା ପଦ୍ମପୁର ପଂଚାୟତର ଦେଢ ହଜାର ଉପଭୋକ୍ତା ଉପକୃତ ହେବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଉଦଘାଟନୀ ସମାରୋହରେ ସ୍ଥାନୀୟ ଲାଇନମ୍ୟାନ ଲକ୍ଷ୍ମୀ ନାରାୟଣ ପଣ୍ଡା, ଟେକ୍ନିସିଆନ ସୁଶାନ୍ତ ଶେଖର ପାଣିଗ୍ରାହି, ବାଲାଜୀ ପାଣିଗ୍ରାହି, ବରିଷ୍ଠ ସମାଜସେବୀ ଗୋପୀନାଥ ପାଣିଗ୍ରାହି, ସୁଲୋଚନା ପଣ୍ଡା, ପୂର୍ବତନ ଜିଲା ପରିଷଦ ସଦସ୍ୟ ଜଗଦିଶ ଖୋସ୍ଲା, ସୂର୍ଯ୍ୟ ନାରାୟଣ ସାହୁ, ସନ୍ତୋଷ ଦା.କୈଳାଶ ପାଣିଗ୍ରାହି, ବସନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ।