Odiapua.com

ଡିସଚାର୍ଜ ହେବା ସତ୍ୱେ ଗୁରୁତର ରୋଗୀ ଅର୍ଥାଭାବରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପଡିରହିଛି

କୋରାପୁଟ ; ତା୧୪-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଅତ୍ୟନ୍ତ ଗରୀବ ହୋଇଥିବାରୁ ପାଖରେ ଅର୍ଥ ନ ଥିବାରୁ ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ଓ ଡିସଚାର୍ଜ ହେବା ସତ୍ୱେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ପଡି ରହିଥିବା ଦେଖିବାକୁ ମିଲିଥିଲା।ଗତ ୧୨ ତାରିଖରେ ଟାଙ୍ଗିଣୀଗୁଡାଠାରେ ଏକ ବସ ଧକ୍କାରେ ଖୁଡିଗୁଡା ଗ୍ରାମର ୬୦ ବର୍ଷିଆ ମହିଳା କୁସୁମା ସୁଆବି ଗୁରୁତର ଆହତ ହୋଇ ବୈପାରୀଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ।ସେ ଗୁରୁତର ଥିବାରୁ ଜୟପୁର ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରୁ ସେହିଦିନ ରାତ୍ରୀରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। କୋରାପୁଟରୁ ଗତ ୧୩ ତାରିଖ ଦିନ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।କିନ୍ତୁ ଅର୍ଥ ଅଭାବରୁ ଓ ନିଜର ଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା କାର୍ଡ ଟି ଅଚଳ ହୋଇଯାଇଥିବାରୁ ବ୍ରହ୍ମପୁର ନେବା ସମ୍ଭବପର ହୋଇ ନ ଥିଲା ବୋଲି ପୁତ୍ର କୃଷ୍ଣ ସୁଆବି ପ୍ରକାଶ କରିଥିଲେ।ଡିସଚାର୍ଜ ହେବାର ୨ ଦିନ ବିତିଯାଇଥିଲେ ମଧ୍ୟ ଗରୀବ ମହିଳା ରୋଗୀଟି ଅସ୍ଥୀଶଲ୍ୟ ଅନ୍ତଃବିଭାଗ ଓାର୍ଡର ତଳେ ପଡି ରହିଥିବା ଜଣାପଡିଛିଲ୍କୋରାପୁଟ ହସପିଟାଲରେ ମ୍ୟାନେଜର ଓ ଅଧିକ୍ଷକ ଛୁଟିରେ ଥିବା ବେଳେ କୃଷ୍ଣ ଅଭିଯୋଗ ପତ୍ରଟି କାର୍ଯ୍ୟାଳୟରେ ଦେଇଥିଲେ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣାପଡିଛି। ତେଣୁ କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ରହ୍ମପୁର ଯିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିବାକୁ ଦାବି ହେଉଛି।