ଭୁବନେଶ୍ଵର,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଡିଜିପି ଆର୍.ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ । ଏଥିପାଇଁ ଆର୍.ପି ଶର୍ମାଙ୍କ ନାମ ସୁପାରିସ୍ କରିଥିଲେ ଚୟନ କମିଟ୍ । ତେବେ ଚୟନ କମିଟ୍ଙ୍କ ସୁପାରିସକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା ମଳିଛି । ଡିଜିପି ଆରପି ଶର୍ମା ଲୋକାୟକ୍ତ ସଦସ୍ୟ ଭାବେ ନିଯୁକ୍ତ ପାଇବେ ।
ତେବେ ଆର୍.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ତାଙ୍କ ସ୍ଥାନରେ ନୂଆ ଡିଜିପି ଖୁବ୍ ଶିଘ୍ର ନିଯୁକ୍ତି କରାଯିବ । ଆଜି ଆର୍.ପି ଶର୍ମା ଡିଜିପି ପଦରୁ ଇସ୍ତଫା ଦେଇପାରନ୍ତି । ଆର.ପି. ଶର୍ମା ସ୍ୱେଚ୍ଛାକୃତ ଡିଜିପି ପଦରୁ ଅବସର ନେବାପାଇଁ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନ ବିଚାରାଧୀନ ରହିଥିବା ସୂଚନା ମିଳିଛି ।