Odiapua.com

ଡାକ୍ତରଙ୍କୁ ଆକ୍ରମଣର ନିନ୍ଦା: ପ୍ରତିବାଦ ଶୋଭାଯାତ୍ରା ସହ ସୁରକ୍ଷା ଦାବିକଲେ ଏସ୍ଏଲ୍ଏନ୍ଏମ୍ସିଏଚ୍ ଛାତ୍ରଛାତ୍ରୀ

କୋରାପୁଟ ୧୫-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ପଶ୍ଚିମ ବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣର ନିନ୍ଦା କରି ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଥିବାବେଳେ କୋରାପୁଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଘଟଣାର ନିନ୍ଦା କରି ଶୁକ୍ରବାର ସଂନ୍ଧ୍ୟାରେ କୋରାପୁଟ ସହୀଦ ଲକ୍ଷଣ ନାୟକ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଛାତ୍ରଛାତ୍ରୀ, ପ୍ରଫେସର, ସହକାରୀ ପ୍ରଫେସର ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଲୋକଙ୍କ ଜୀବନ ବଂଚାଉ ଥିବା ଡାକ୍ତରଙ୍କ ସୁରକ୍ଷା ପ୍ରତି ଯେଉଁ ବିପଦ ଦେଖା ଦେଇଛି ତାକୁ ନେଇ ଡାକ୍ତରମାନେ ଚିନ୍ତିତ ହୋଇ ପଡିଥିବା ପ୍ରତିକ୍ରିୟା ରଖିଥିଲେ। ଏସଏଲଏନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ଛାତ୍ର ସଂଘ ଉପଦେଷ୍ଟା ପ୍ରଫେସର ଡା.ଜୟନ୍ତ ପଣ୍ଡା, ଛାତ୍ରସଂଘ ସଭାପତି ସୋହିତ୍ ମହାନ୍ତି, ସାଧାରଣ ସମ୍ପାଦକ ସୌରମ୍ୟ କୁମାର ଦାଶଙ୍କ ନେତୃତ୍ୱରେ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ବିରୁଦ୍ଧରେ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି।