Odiapua.com

ଟ୍ରେନ ଧକ୍କାରେ ଯୁବକ ମୃତ

କୋରାପୁଟ ୨୪-୦୬-୧୯ (ଓଡିଆ ପୁଅ /ରଂଜନ କୁମାର ଦାସ) କେଆର ରେଳଲାଇନର ସୁନାବେଡା ଥାନା ଅନ୍ତର୍ଗତ ମୋହନପଡା ଗ୍ରାମ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ ମୋହନପଡା ଗ୍ରାମର ହରି ସଗର(୩୫) ବୋଲି ଜଣା ପଡିଛି। ହରି ସୋମବାର ସକାଳେ ଗ୍ରାମ ନିକଟ ଏକ ଝରଣାକୁ ଗାଧୋଇବା ପାଇଁ ଯାଉଥିଲେ। ରେଳଲାଇନ ପାରି ହେଉଥିବାବେଳେ ଅଚାନକ ଜଗଦଲପୁରରୁ ହାୱଡା ଯାଉଥିବା ସମଲେଶ୍ୱରୀ ଏକ୍ସପ୍ରେସ ଚାଲି ଆସି ହରିକୁ ଧକ୍କା ଦେଇଥିଲା। ଟ୍ରେନ ଧକ୍କାରେ ହରି କିଛି ଦୂର ଛିଟିକି ପଡି ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଖବର ପାଇ ଡୁମୁରିପୁଟ ଫାଣ୍ଡି ଅଧିକାରୀ ନରସିଂହ ନାଥ ପାଣିଗ୍ରାହି ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ପ୍ରଶାସନ ତରଫରୁ ମୃତକ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଦାର ଟଙ୍କା ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ମୋହନପଡା ଯାଇ ପ୍ରଦାନ କରିଥିଲେ।