Odiapua.com

ଟ୍ରେନ୍ ଧକ୍କାରେ ମହିଳା ମୃତ

କୋରାପୁଟ ; ତା୨୧-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କାକିରିଗୁମ୍ମା ଥାନା ସାନନେରେକା ଗ୍ରାମର ଉକା ଦାମୀଙ୍କ ସ୍ତ୍ରୀ ଛିଙ୍ଗି ଦାମୀ(୨୮) ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ଝିଅ ବାହାରକୁ ଯାଇ ଘରକୁ ନଫେରିବାରୁ ମୃତ ଚିଙ୍ଗିର ବାପା ଗୋଷା ମୁଦୁଲି ବହୁ ଖୋଜାଖୋଜି କରିଥିଲେ। ରବିବାର ପୂର୍ବାହ୍ନ୍ନରେ ଛିଙ୍ଗିର ମୃତଦେହ ରେଳ ଧାରଣାରେ ପଡିତିବା ଦେଖିବାକୁ ମିଳିଥିଲା। ଝିଅର ମୃତଦେହ ଠାବ ହେବା ପରେ ଗୋଷା କାକିରିଗୁମ୍ମା ଥାନାରେ ଏତେଲା ଦେଇଥିଲେ। କାକିରିଗୁମ୍ମା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।