ରାଉରକେଲା,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଘଟଣା ରାଜ୍ୟରାଣୀ ଏକ୍ସପ୍ରେସ ଭିତରେ ଘଟିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସରେ ଜଣେ ମହିଳା ଭୁବନେଶ୍ଵର ଆସୁଥିଲେ । ତେବେ ତାଙ୍କ ପାଖରେ ବସିଥିବା ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିଲେ । ଗତକାଲି ମହିଳା ଜଣଙ୍କ ରାଜ୍ୟରାଣୀ ଏକ୍ସପ୍ରେସର ଜେନେରାଲ ବଗିରେ ଭୁବନେଶ୍ବରରୁ ରାଉରକେଲା ଆସୁଥିଲେ । କିଛି ସମୟ ପରେ ମହିଳାଙ୍କ ଆଖି ଲାଗିଯାଇଥିଲା । ତେବେ ସେ ଶୋଇଥିବା ଅବସ୍ଥାରେ ନିକଟରେ ବସିଥିବା ଯୁବକ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ଫଳରେ ରାଉରକେଲା ଜିଆରପି ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।