Odiapua.com

ଟ୍ରାଡିସନାଲ ଲୁକରେ ଝଲସିଲା ବଲିଉଡ

ନୂଆଦିଲ୍ଲୀ,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଅମ୍ବାନୀ ପରିବାର ଦ୍ୱାରା କରାଯାଉଥିବା ସମସ୍ତ ପ୍ରୋଗ୍ରାମ୍‌ ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିବାହ ହେଉ ବା କୌଣସି ଉତ୍ସବ ଅମ୍ବାନୀ ପରିବାରର ସବୁ ଇଭେଣ୍ଟରେ ବଲିଉଡର ଆକ୍ଟରଙ୍କୁ ଦେଖିବାକୁ ମିଳେ। ଏବେ ଗଣେଶ ଚତୁର୍ଥୀ ଅବସରରେ ମଧ୍ୟ ଅମ୍ବାନୀ ପରିବାର ତରଫରୁ ବିରାଟ ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମୁକେଶ ଓ ନୀତା ଅମ୍ବାନୀ ପୂଜାର ସମସ୍ତ ଆୟୋଜନ କରୁଥିବା ବେଳେ ଏଥର ଆକାଶ ଓ ଶ୍ଲୋକା ବିବାହ ପରେ ସମସ୍ତ ଆୟୋଜନ କରିଛନ୍ତି।

ଗଣେଶ ପୂଜା ଅବସରରେ ଅମ୍ବାନୀ ପରିବାର ତରଫରୁ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ସମସ୍ତ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ସବୁଠାରୁ ଆକର୍ଷଣୀୟ ଥିଲା ବଲିଉଡ ଅଭିନେତା ଅଭିନେତ୍ରୀଙ୍କ ଟ୍ରାଡିସ୍‌ନାଲ ଗେଟଅପ୍‌। ଏଭରଗ୍ରୀନ୍‌ ଅଭିନେତ୍ରୀ ରେଖାଙ୍କ ଠାରୁ ଆରମ୍ଭ କରି ଚାର୍ମିଙ୍ଗ୍‌ ଆଲିଆ ଭଟ୍ଟଙ୍କ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀଙଙ୍କୁ ପାର୍ଟିରେ ଶାଢ଼ିରେ ଦେଖିବାକୁ ମିଳିଥିଲା।
ଶ୍ରାବଣର ଆଗମନରେ ସାରା ଦେଶ ଉତ୍ସବମୁଖରିତ ହୋଇପଡ଼ିଛି। ଏବେ ଗଣେଶ ଚତୁର୍ଥୀ ପାଇଁ ମହାରାଷ୍ଟ୍ର ସମେତ ସାରା ଦେଶରେ ଗଣପତିଙ୍କ ଆରାଧନା ଆରମ୍ଭ ହୋଇଛି। ତେବେ ଅମ୍ବାନୀ ପରିବାରର ଗଣପତିଙ୍କ ଉତ୍ସବରେ ବଲିଉଡ୍‌ ଅଭିନେତ୍ରୀଙ୍କ ଲୁକ୍‌ କିନ୍ତୁ ଥିଲା ନିଆରା।

ବଲିଉଡ୍‌ର ଏଭରଗ୍ରୀନ୍‌ ଷ୍ଟାଇଲିସ୍‌ ଅଭିନେତ୍ରୀ ରେଖା ଏକ ପିଙ୍କ୍‌ ଏବଂ ଗୋଲଡ କଲରର କାଞ୍ଜିବରମ୍‌ ସିଲ୍କ ଶାଢ଼ିରେ ନଜର ଆସିଥିଲେ। ଏଥିସହ ସେ ଏକ ଛୋଟ ହ୍ୟାଣ୍ଡ ବ୍ୟାଗ୍‌ କ୍ୟାରି କରିଥିଲେ।

ସେହିପରି ଚୁଲ୍‌ବୁଲି ଆଲିଆଙ୍କୁ ସିଫନ୍‌ ଫ୍ଲୋରାଲ ପ୍ରିଣ୍ଟରେ ଶାଢ଼ିରେ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ଦେଖିବାକୁ ମିଳିଥିଲା।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା